ଟ୍ରେଣ୍ଡ୍ସ ଗ୍ରେଟ ପୂଜା ଷ୍ଟାଇଲ ଆଇକନ ଗ୍ରାଣ୍ଡ ଫାଇନାଲ ଏକ ରୋମାଂଚକର ପରିବେଶରେ ସମାପ୍ତ
ବିଜେତାମାନଙ୍କୁ ମୁକୁଟ ପିନ୍ଧାଯିବା ସହିତ ନଗଦ ଅର୍ଥ ରାଶିରେ ସମ୍ମାନିତ
ଭୁବନେଶ୍ୱର: ଭାରତର ସର୍ବବୃହତ୍ ଏବଂ ଅଭିବୃଦ୍ଧିଶୀଳ ଫ୍ୟାସନ ବ୍ରାଣ୍ଡ ‘ଟ୍ରେଣ୍ଡ୍ସ୍’, ଏହାର ବହୁପ୍ରତୀକ୍ଷିତ “ଟ୍ରେଣ୍ଡ୍ସ୍ ଗ୍ରେଟ୍ ପୂଜା ଷ୍ଟାଇଲ୍ ଆଇକନ୍’୨୦୨୬’ ଅଭିଯାନର ଗ୍ରାଣ୍ଡ୍ ଫାଇନାଲ୍କୁ ସଫଳତାର ସହ ସମାପ୍ତ କରିଛି, ଯାହାସହ ପୂଜା ଉତ୍ସବର ସଫଳ ପରିସମାପ୍ତି ହୋଇଛି । ଏହି ଅଭିଯାନ ଓଡ଼ିଶାର ଗ୍ରାହକମାନଙ୍କଠାରୁ ଅତ୍ୟନ୍ତ ଉତ୍ସାହଜନକ ପ୍ରତିକ୍ରିୟା ଲାଭ କରିଥିଲା, ଯହାଫଳରେ ଏହା ରାଜ୍ୟରେ ‘ଟ୍ରେଣ୍ଡ୍ସ୍’ ଦ୍ୱାରା ଗ୍ରହଣ କରାଯାଇଥିବା ସବୁଠାରୁ ଆକର୍ଷକ ଏବଂ ସଫଳ ପର୍ବ-ପର୍ବାଣୀ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇପାରିଛି ।
‘ଟ୍ରେଣ୍ଡ୍ସ୍ ଗ୍ରେଟ୍ ପୂଜା ଷ୍ଟାଇଲ୍ ଆଇକନ୍’ ୨୦୨୬ ପ୍ରତିଯୋଗିତା ଗ୍ରାହକମାନଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ‘ଟ୍ରେଣ୍ଡ୍ସ୍’ ର୍ଷ୍ଟୋଗୁଡ଼ିକରେ ସେଲ୍ଫି ଅପଲୋଡ୍ କରି ଅଂଶଗ୍ରହଣ କରିବା ଏବଂ ସେମାନଙ୍କର ଷ୍ଟାଇଲ୍, ଆତ୍ମବିଶ୍ୱାସ ଏବଂ ବ୍ୟକ୍ତିତ୍ୱ ପ୍ରଦର୍ଶନ କରିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଫ୍ୟାସନ୍ ପ୍ରେମୀମାନଙ୍କର ଉତ୍ସାହଜନକ ଅଂଶଗ୍ରହଣ ପରେ, ସବୁଠାରୁ ଯୋଗ୍ୟ ଫାଇନାଲିଷ୍ଟମାନେ ‘ଟ୍ରେଣ୍ଡ୍ସ୍ ଗ୍ରେଟ୍ ପୂଜା ଷ୍ଟାଇଲ୍ ଆଇକନ୍’ ୨୦୨୬ ର ସମ୍ମାନଜନକ ଟାଇଟଲ୍ ପାଇଁ ଗ୍ରାଣ୍ଡ୍ ଫାଇନାଲ୍ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

‘ଟ୍ରେଣ୍ଡ୍ସ୍ ଗ୍ରେଟ୍ ପୂଜା ଷ୍ଟାଇଲ୍ ଆଇକନ୍’ ୨୦୨୬ ପ୍ରତିଯୋଗିତାର ବିଜେତାମାନେ ହେଲେ: -‘ଟ୍ରେଣ୍ଡ୍ସ୍ ଗ୍ରେଟ୍ ପୂଜା ଷ୍ଟାଇଲ୍ ଆଇକନ୍’ ୨୦୨୬ – ପୁରୁଷ ବର୍ଗରେ ୟଶରାଜ ରୟ ବିଜେତା ହୋଇଥିବାବେଳେ ତାଙ୍କୁ ୫୦,୦୦୦ ଟଙ୍କା ନଗଦ ପୁରସ୍କାରର ପ୍ରଦାନ କରାଯାଇଥିଲା । ସେହିପରି ମହିଳା ବର୍ଗରେ ଦିପ୍ତିମୟୀ ଗୋଚ୍ଛାୟତ ବିଜେତା ହୋଇଥିବାବେଳେ ତାଙ୍କୁ ୫୦,୦୦୦ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସନ୍ଧ୍ୟାର ସବୁଠାରୁ ଅନ୍ୟଏକ ବଡ଼ ଆକର୍ଷଣ ଥିଲେ ଜଣାଶୁଣା ଓଲିଉଡ୍ ଅଭିନେତ୍ରୀ ଶିବାନୀ ସଙ୍ଗୀତା । ବହୁ ଉତ୍ସାହ ଏବଂ କରତାଳି ମଧ୍ୟରେ ସେ ବିଜେତାମାନଙ୍କୁ ମୁକୁଟ ପିନ୍ଧାଇଥିଲେ ଏବଂ ନଗଦ ପୁରସ୍କାର ସହ ସମ୍ମାନିତ କରିଥିଲେ, ଯାହା ଏହି ଭବ୍ୟ କାର୍ଯ୍ୟକ୍ରମର ଗ୍ଲାମର୍ ଏବଂ ପ୍ରତିଷ୍ଠାକୁ ଆହୁରି ବଢ଼ାଇ ଦେଇଥିଲା ।
ଗ୍ରାଣ୍ଡ୍ ଫାଇନାଲ୍ରେ ଗ୍ରାହକ, ଅଂଶଗ୍ରହଣକାରୀ ଏବଂ ଫ୍ୟାସନ୍ ପ୍ରେମୀମାନଙ୍କର ଏକ ଉତ୍ସାହଜନକ ଭିଡ଼ ଦେଖିବାକୁ ମିଳିଥିଲା, ଯେଉଁମାନେ ଫ୍ୟାସନ୍ ଏବଂ ଆତ୍ମପ୍ରକାଶ ମାଧ୍ୟମରେ ପୂଜାର ଭାବନାକୁ ଉତ୍ସାହିତ କରିବା ପାଇଁ ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଜୀବନ୍ତ ପରିବେଷଣ, ରୋମାଞ୍ଚକର ମୁହୂର୍ତ୍ତ ଏବଂ ଏକ ଉତ୍ସାହଭରା ପରିବେଶ ଦେଖିବାକୁ ମିଳିଥିଲା, ଯାହା ଉପସ୍ଥିତ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇ ରହିଥିଲା ।
‘ଟ୍ରେଣ୍ଡ୍ସ୍ ଗ୍ରେଟ୍ ପୂଜା ଷ୍ଟାଇଲ୍ ଆଇକନ୍’ ୨୦୨୬ ଅଭିଯାନର ସଫଳ ସମାପ୍ତି, ସ୍ଥାନୀୟ ସଂସ୍କୃତି ଏବଂ ପର୍ବପର୍ବାଣୀକୁ ପାଳନ କରିବା ସହିତ ଅର୍ଥପୂର୍ଣ୍ଣ ଗ୍ରାହକ ଯୋଗାଯୋଗ ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ‘ଟ୍ରେଣ୍ଡ୍ସ’ର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଥାଏ । ଏଭଳି ପଦକ୍ଷେପଗୁଡ଼ିକ ମାଧ୍ୟମରେ, ‘ଟ୍ରେଣ୍ଡ୍ସ୍’ ଗ୍ରାହକମାନଙ୍କ ସହିତ ଏହାର ସମ୍ପର୍କକୁ ଆହୁରି ମଜବୁତ କରୁଛି ଏବଂ ଓଡ଼ିଶାର ପରିବାରଗୁଡ଼ିକ ପାଇଁ ଏହା ପସନ୍ଦର ଫ୍ୟାସନ୍ ଗନ୍ତବ୍ୟସ୍ଥଳୀ ହୋଇ ରହିଛି ।
Comments are closed, but trackbacks and pingbacks are open.