ନୂଆଦିଲ୍ଲୀ ୧୫.୦୪- ଦେଶବ୍ୟାପି ଜାରି ଲକଡାଉନ୍ ସମୟସମୀମା ବଢ଼ାଇ ଦିଆଯାଇଥିବାରୁ ଭାରତୀୟ ରେଳବାଇ ତାହାର ସମସ୍ତ ପାସେଞ୍ଜର ଟ୍ରେନ୍ ସେବାକୁ ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ବାତିଲ କରିଛି । ସବୁ ଟିକେଟ୍ କାଉଣ୍ଟର ଓ ୟୁଟିଏସ୍ ଏବଂ ପିଆର୍ଏସ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।
ଏହି ସମୟ ମଧ୍ୟରେ ରେଳଯାତ୍ରା ପାଇଁ ଅଗ୍ରୀମ ଟିକେଟ୍ କିମ୍ବା ଇ-ଟିକେଟ୍ ହୋଇପାରିବ ନାହିଁ । ତେବେ ଏହି ସମୟ ମଧ୍ୟରେ ପୂର୍ବରୁ କରାଯାଇଥିବା ଅନ୍ଲାଇନ୍ ଟିକେଟ୍ ବାତିଲ କରାଯାଇ ପାରିବ ।