ଅମୃତସର . – ପଞ୍ଜାବର ଅମୃତସରରେ ରାବଣ ପୋଡି ସମୟରେ ରେଳ ଟ୍ରାକ ଉପରେ ଏହି ଦୃଶ୍ୟକୁ ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ ଚଢି ଯିବାରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ଏବେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଏତେ ଲୋକ ସେଠାରେ ଉପସ୍ଥିତ ଥିଲେ ବି କିପରି ସୁରକ୍ଷାରେ ଅବହେଳା ହେଲା ତାହା ତଦନ୍ତ ସାପେକ୍ଷ । ଏହି ରାବଣ ପୋଡି ଓ ରାମଲୀଲାରେ ରାବଣର ଅଭିନୟ କରୁଥିବା ଅମୃତସରର ଦଲବୀର ସିଂଙ୍କର ବି ମୃତ୍ୟୁ ହୋଇଛି । ତାଙ୍କର ୮ ମାସରେ ଏକ ଶିଶୁ ପୁତ୍ର ଥିବା ବେଳେ ଘରେ ମାଆ ଓ ସ୍ତ୍ରୀ ରହିଛନ୍ତି । ଦଲବୀରଙ୍କ ପତ୍ନୀଙ୍କୁ ଏକ ସରକାରୀ ଚାକିରି ଦେବା ପାଇଁ ପରିବାର ଲୋକ ଦାବି କରିଛନ୍ତି ।