ସିଡ୍ନୀ – ହଲିଉଡ୍ର ଆକ୍ଟର ଟମ୍ ହାଙ୍କ ଓ ତାଙ୍କର ପତ୍ନୀ ରୀତି ଓ୍ୱିଲସନ୍ଙ୍କ କରୋନା ସଙ୍କ୍ରମଣ ହୋଇଛି । ସେମାନେ ଅଷ୍ଟ୍ରେଲିଆକୁ ଏକ ସିନେମା ସୁଟିଂରେ ଆସିଥିବା ବେଳେ ଏହି ସଙ୍କ୍ରମଣ ହୋଇଛି ।
ଗୋଟିଏ ହଲିଉଡ୍ ସିନେମାରେ ସୁଟିଂ ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ହେଉଛି । ଏଥିପାଇଁ ଟମ୍ ପତ୍ନୀଙ୍କ ସହ ଅଷ୍ଟ୍ରେଲିଆ ଆସିଥିଲେ । ପରେ ତାଙ୍କ କାଶ ଓ ଥଣ୍ଡା ହୋଇଥିଲା ।
ଏବେ ଟମ୍ ଅଲଗା ହୋଇ ରହିବେ ବୋଲି କହିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଠିକ୍ ହେବା ପର୍ଯ୍ୟନ୍ତ ସେ ଅଲଗା ହୋଇ ରହିବେ ବୋଲି କହିଛନ୍ତି ।