ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭
ବେରୋଜଗାର ଯୁବକ ଯୁବତୀ କର୍ମନିୟୋଜନ କାର୍ଯ୍ୟାଳୟ ଗୁଡ଼ିକରେ
ନାମ ପଞ୍ଜିକରଣ କରିଛନ୍ତି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ
ପ୍ରୀତିରଂଜନ ଘଡ଼ାଇ ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ସେ
କହିଛନ୍ତି ବେରୋଜଗାର ଯୁବକ ଯୁବତୀଙ୍କୁ ଅଧିକ ରୋଜଗାରକ୍ଷମ କରିବା
ପାଇଁ ଏକ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ୨୦୧୧-୧୨ରୁ ଦକ୍ଷତା
ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଚଳନ କରାଯାଇଛି । ଏଥିରେ ରାଜ୍ୟର
୧୮ରୁ ୩୫ ବର୍ଷ ବୟସ୍କ ଇଚ୍ଛୁକ ଯୁବପିଢ଼ି ସାମିଲ ହୋଇପାରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Comments are closed, but trackbacks and pingbacks are open.