ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ରାଜ୍ୟ
ସରକାର ନିଷ୍ପତ୍ତି ଗ୍ରହଣ

130

ରାଜ୍ୟରେ ଥିବା ଏକକ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ନିୟନ୍ତ୍ରକ ଭାବେ ଏଣିକି ସେହି ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ରାଜ୍ୟ
ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ ଏକକ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ନିୟନ୍ତ୍ରକ ଭାବେ ଓଡ଼ିଶା ଶିକ୍ଷା ସେବା ଓ.ଇ.ଏସ.
ବର୍ଗର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଥିଲା । ଏହି ବର୍ଗର ବିଶ୍ୱବିଦ୍ୟାଳୟ ଅଧୀନରେ କୌଣସି ମହାବିଦ୍ୟାଳୟ ରହୁ ନ ଥିବାରୁ ଓ.ଇ.ଏସ୍‍.
ଅଧିକାରୀଙ୍କୁ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ଦେବାର ଆବଶ୍ୟକତା ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments are closed, but trackbacks and pingbacks are open.