ଟିଏସ୍ଏମଏଲ୍ର କଟକ ସ୍ଥିତ ଫେରୋ ଆଲଏଜ୍ କାରଖାନାକୁ ଗୁଜରାଟରୁ ଆସିବ ନାଚୁରାଲ୍ ଗ୍ୟାସ୍
କାର୍ବନ୍ ଫୁଟ୍ପ୍ରିଂଟ୍ ହ୍ରାସ ପାଇଁ ଚିରସ୍ଥାୟୀ ଉପକ୍ରମ
ଭୁବନେଶ୍ୱର: ନିଜ ପରିଚାଳନା କ୍ଷେତ୍ରରେ କାର୍ବନ ଫୁଟ୍ପ୍ରିଂଟ୍ ହ୍ରାସ କରିବାର ପ୍ରତିବଦ୍ଧତାକୁ ଦୋହରାଇ କଟକର ଆଠଗଡ଼ ସ୍ଥିତ ଫେରୋ ଆଲଏଜ୍ କାରଖାନାକୁ ନାଚୁରାଲ୍ ଗ୍ୟାସ୍ ଯୋଗାଣ କରିବା ଲାଗି ମାର୍ଚ୍ଚ ୧ ତାରିଖରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍) ପକ୍ଷରୁ ଗେଲ୍ (ଇଣ୍ଡିଆ) ସହ ବୁଝାମଣା ସ୍ୱାକ୍ଷର କରାଯାଇଛି ।
ଏମ୍ଓୟୁ ଅନୁସାରେ ଭାରତର ଅଗ୍ରଣୀ ନାଚୁରାଲ ଗ୍ୟାସ୍ କଂପାନି ଗେଲ୍ ଓଡ଼ିଶାର କଟକ ଜିଲ୍ଲାର ଆଠଗଡ଼ ସ୍ଥିତ ଟାଟା ଷ୍ଟିଲ୍ ମାଇନିଂର ଫେରୋ ଆଲଏଜ୍ କାରଖାନାକୁ ଗୁଜରାଟରୁ ପାଇପ୍ଲାଇନ୍ ଜରିଆରେ ସହମତ ହୋଇଥିବା ପରିମାଣର ନାଚୁରାଲ୍ ଗ୍ୟାସ୍ ଯୋଗାଇବ ।
ଏମ୍ଓୟୁ ବୁଝାମଣା କରିବା ଅବସରରେ ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଏକ ଦାୟିତ୍ୱବାନ ଖଣି କଂପାନି ଭାବେ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରି ପରିବେଶର ସୁରକ୍ଷା ପଇଁ ଆମେ ପ୍ରତିବଦ୍ଧ ରହିଛୁ ଏବଂ ଗେଲ୍ (ଇଣ୍ଡିଆ) ଲିମିଟେଡ୍ ସହିତ ଏହି ବୁଝାମଣା ଆମକୁ ଏଦିଗରେ ଆହୁରି ସହାୟକ ହୋଇପାରିବ ।’’
ଆଠଗଡ଼ କାରଖାନାରେ ଫର୍ଣ୍ଣେସ୍ ଅଏଲ୍ ବଦଳରେ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରିବା ଲାଗି ପାଇପଲାଇନ୍ ଜରିଆରେ ନାଚୁରାଲ୍ ଗ୍ୟାସ୍ ଯୋଗାଇବା ପାଇଁ ପୂର୍ବରୁ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଗେଲ୍ ସହିତ ଯୋଗାଯୋଗ କରାଯାଇଥିଲା । ଏହି ପଦକ୍ଷେପ କାର୍ବନ୍ ଫୁଟ୍ପ୍ରିଂଟ୍କୁ ହ୍ରାସ କରିବା ଏବଂ ଏକ ଚିରସ୍ଥାୟୀ ଭବିଷ୍ୟତ ଦିଗରେ କଂପାନିର ଉଦ୍ୟମକୁ ଆହୁରି ସୁଦୃଢ଼ କରିବ ।
ନାଚୁରାଲ୍ ଗ୍ୟାସ୍ ତୁଳନାରେ ଫର୍ଣ୍ଣେସ୍ ଅଏଲ୍ ଅଧିକ ସିଓ୨, ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ ସଲ୍ଫର ଅକ୍ସାଇଡ୍ ନିର୍ଗମନ କରିଥାଏ । ନାଚୁରାଲ୍ ଗ୍ୟାସ୍ ୨୭ ପ୍ରତିଶତ କମ୍ ସିଓ୨ ନିର୍ଗମନ କରିଥାଏ ଏବଂ ଏହାର ପ୍ରଦୂଷଣ ସ୍ତର ମଧ୍ୟ କମ୍ । ଏହି ପ୍ରକଳ୍ପ ଦ୍ୱାରା ବର୍ଷକୁ ୯୬୮ ଟନ୍ ସିଓ୨ ଗ୍ରିନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବ ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.