ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ମହିଳା ଉତକର୍ଷତା ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ

103

ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ପକ୍ଷରୁ ଏହାର ସୁକିନ୍ଦା କ୍ରୋମାଇଟ୍ ଖଣି ପାଶ୍ୱର୍ବର୍ତୀ ଅଂଚଳର ମହିଳାମାନଙ୍କ ନିମନ୍ତେ ‘ଦୈନନ୍ଦିନ ଜୀବନରେ ମହିଳାଙ୍କ ଉକôର୍ଷତା’ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣି ପାଶ୍ୱର୍ବର୍ତୀ ଅଂଚଳର ୧୫୦ରୁ ଊଦ୍ଧ୍ୱର୍ ଜଣ ମହିଳା ଅଂଶଗ୍ରହଣ କରିଥିଲେ ।

ବିଶିଷ୍ଟ ଲେଖକ ତଥା ସ୍ୱୀକୃତିପ୍ରାପ୍ତ କର୍ପୋରେଟ୍ ପ୍ରଶିକ୍ଷକ ଅପର୍ଣ୍ଣା ଶର୍ମା ଏହି ଅଧିବେସନକୁ ପରିଚାଳନା କରିଥିଲେ ।

ଏହି ଦିନିକିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କୁ ସାଧାରଣ ମହିଳାମାନଙ୍କ ବାସ୍ତବିକ ଜୀବନର କାହାଣୀ ମାଧ୍ୟମରେ କିଛି ଉପଯୋଗୀ ପରାମର୍ଶ ପ୍ରଦାନ କରାଯାଇଥିଲା । ଦୈନନ୍ଦିନ ଜୀବନରେ ଉକôର୍ଷତା ହାସଲ ପାଇଁ ନିଜ ଅନ୍ତର୍ନିହିତ ଗୁଣର ବିକାଶ କରିବା ଉପରେ ସେମାନଙ୍କୁ ସଚେତନ କରାଯାଇଥିଲା ।

ଏହି ଅଧିବେସନ ସମ୍ପର୍କରେ ଟିଏସ୍ଏମ୍ଏଲ୍ର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ପଙ୍କଜ ସତିଜା କହିଛନ୍ତି ଯେ, “ଆମ ସମାଜରେ ପ୍ରାୟ ୫୦ ପ୍ରତିଶତ ମହିଳାଙ୍କ ପ୍ରତିନିଧିତ୍ୱ ରହିଛି ଏବଂ ଭାରତକୁ ଏକ ଅର୍ଥନୈତିକ ଶକ୍ତି କରିବାରେ ସେମାନଙ୍କ ଯୋଗଦାନ ପାଇଁ ଏହି ଶକ୍ତିକୁ ସମ୍ମାନ ଦିଆଯିବା ଉଚିତ” ।

ଏହି ଆଲୋଚନାଭିତିକ ଅଧିବେସନରେ ପ୍ରତିଯୋଗୀଙ୍କ ସକ୍ରିୟ ଯୋଗଦାନରେ ଉତ୍ସାହିତ ଅପର୍ଣ୍ଣା ଶର୍ମା କହିଛନ୍ତି ଯେ, “ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ କ୍ୟାରିୟର କରିବା ସହିତ ନିଜ ଘର ଚାରିକାନ୍ଥ ବାହାରକୁ ଯାଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି । ଘର ଓ କ୍ୟାରିୟର ମଧ୍ୟରେ ଛନ୍ଦି ହୋଇ ରହିବା, ଉଭୟ ଘରେ ଓ ବୃତିଗତ ଜୀବନରେ ଥିବା କାର୍ଯ୍ୟ ଚାପ ଯୋଗୁଁ ସେମାନଙ୍କ ଭାବନାତ୍ମକ, ସାମାଜିକ ଓ ଶାରୀରିକ ସୁସ୍ଥତା ପ୍ରଭାବିତ ହେଉଛି । ଏହି କାରଣରୁ ଜୀବନରେ ଏକ ସନ୍ତୁଳନ ବଜାୟ ରଖିବା ପାଇଁ ଦୈନନ୍ଦିନ ଜୀବନରେ ଉକôର୍ଷତା ହାସଲର ଉପାୟ ସମ୍ପର୍କରେ ଜ୍ଞାନ ଆହରଣ କରିବା ଅତ୍ୟନ୍ତ ଜରୁରୀ ଅଟେ ।”

ମହିଳାମାନଙ୍କ ସଶକ୍ତିିକରଣ ପାଇଁ ଟିଏସ୍ଏମ୍ଏଲ୍ ଭବିଷ୍ୟତରେ ମଧ୍ୟ ସମାନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ।

Comments are closed, but trackbacks and pingbacks are open.