
ବ୍ରହ୍ମପୁରରୁ ୫୫୩୮ ସଂଖ୍ୟକ ଛାତ୍ରଛାତ୍ରୀ ଆକାଶ ବାଇଜୁସ୍ର ଜାତୀୟ ସ୍କଲାରସିପ୍ ପରୀକ୍ଷା, ଆନ୍ଥେ ୨୦୨୨ରେ ଭାଗନେଲେ
• ଆନ୍ଥେ ସପ୍ତମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ୧୦୦% ପର୍ଯ୍ୟନ୍ତ ସ୍କଲାରସିପ୍ ପ୍ରଦାନ କରୁଛି
• ଗ୍ରେଡ ନିର୍ବିଶେଷରେ ୫ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଜଣେ ପିତା/ମାତା ନାସା ଗସ୍ତ କରିବା ସୁଯୋଗ ପାଇବେ
• ଆନ୍ଥେର ତ୍ରୟୋଦଶ ସଂସ୍କରଣରେ ସମଗ୍ର ଭାରତରୁ ୨୫ ଲକ୍ଷ ପଞ୍ଜିକରଣ କରିଥିଲେ
ଅଧିକ ବିସ୍ତୃତ ସୂଚନା ପାଇଁ ଲଗ୍ଅନ କରନ୍ତୁ: https://anthe.aakash.ac.in/anthe
ବ୍ରହ୍ମପୁର : ଟେଷ୍ଟ ପ୍ରସ୍ତୁତି ସେବା ଯୋଗାଇବା କ୍ଷେତ୍ରରେ ଦେଶର ଅଗ୍ରଣୀ ଆକାଶ ବାଇଜୁସ୍ ତାହାର ଛାମୁଆ ବାର୍ଷିକ ସ୍କଲାରସିପ୍ ପରୀକ୍ଷା, ଆକାଶ ନ୍ୟାସନାଲ୍ ଟାଲେଣ୍ଟ ହଣ୍ଟ ଏକ୍ଜାମ (ଆନ୍ଥେ) ୨୦୨୨ର ତ୍ରୟୋଦଶ ସଂସ୍କରଣରେ ବ୍ରହ୍ମପୁରରୁ ୫୫୩୮ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ନିକଟରୁ ବିପୁଳ ଉପସ୍ଥିତି ଲକ୍ଷ୍ୟ କରିଥିଲା । ଚଳିତ ବର୍ଷ ଏହି ପ୍ରତିଷ୍ଠାନକୁ ୨୫ ଲକ୍ଷରୁ ଅଧିକ ପଞ୍ଜିକରଣ ମିଳିଥିଲା, ଯାହା ୨୦୧୦ରେ ଆନ୍ଥେ ପ୍ରଚଳନ କରାଯିବା ପରବର୍ତ୍ତୀ ସମୟରେ ସର୍ବାଧିକ ହୋଇଛି ।
୨୦୨୨ ନଭେମ୍ବର ୫ରୁ ୧୩ ପର୍ଯ୍ୟନ୍ତ ଆନ୍ଥେ ଅନ୍ଲାଇନରେ ଏବଂ ନଭେମ୍ବର ୬ ଓ ୧୩ରେ ଅଫ୍ଲାଇନରେ ଦେଶର ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆୟୋଜିତ ହୋଇଥିଲା ।
ଆନ୍ଥେର ପୂର୍ବ ସଂସ୍କରଣ ଭଳି ଗ୍ରେଡ ନିର୍ବିଶେଷରେ ପାଞ୍ଚଜଣ ପ୍ରଦର୍ଶନକାରୀଙ୍କୁ ସେମାନଙ୍କର ଜଣେ ପିତା ଅଥବା ମାତାଙ୍କ ସହିତ ମାଗଣାରେ ନାସା ଯାତ୍ରା କରିବା ସୁଯୋଗ ମିଳିବ । ଶୀର୍ଷ ସ୍ଥାନରେ ରହୁଥିବା ଛାତ୍ରଛାତ୍ରୀ ମଧ୍ୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେବେ ।
ମୋଟ ୯୦ ନମ୍ବରକୁ ନେଇ ଏହି ପରୀକ୍ଷା କରାଯାଇଥିଲା ଏବଂ ସେଥିରେ ୩୫ ମଲ୍ଟିପଲ-ଚଏସ୍ ପ୍ରଶ୍ନ ସ୍ଥାନ ପାଇଥିଲା, ଯାହା ଆକାଂକ୍ଷୀ ଛାତ୍ରଛାତ୍ରୀଙ୍କର ଗ୍ରେଡ୍ ଓ ଷ୍ଟ୍ରିମ୍ ଆଧାରିତ ଥିଲା । ସପ୍ତମରୁ ନବମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନଗୁଡିକ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ମ୍ୟାଥେମାଟିକ୍ସ ଏବଂ ମେଣ୍ଟାଲ ଆବିଲିଟିରୁ ଆସିଥିଲା । ଡାକ୍ତରୀ ଅଧ୍ୟୟନ ନିମନ୍ତେ ଆଶାୟୀ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମେଣ୍ଟାଲ ଆବିଲିଟିରୁ ପ୍ରଶ୍ନ ଆସିଥିଲା । ସେହିଭଳି ଇଞ୍ଜିନିୟରିଂ ପାଇଁ ଆଶାୟୀ ଦଶମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥେମାଟିକ୍ସ ଓ ମେଣ୍ଟାଲ ଆବିଲିଟିରୁ ପ୍ରଶ୍ନ ଆସିଥିଲା । ଅନୁରୂପ ଭାବରେ ଏନଇଇଟି ପାଇଁ ଆଶାୟୀ ଏକାଦଶରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଶ୍ନଗୁଡିକ ଫିଜିକ୍ସ, କେମିଷ୍ଟ୍ରି, ବଟାନି ଓ ଜୁଲୋଜିରୁ ଏବଂ ଇଞ୍ଜିନିୟରିଂ ପାଇଁ ଆଶାୟୀ ଉକ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନାବଳୀ ଫିଜିକ୍ସ, କେମିଷ୍ଟ୍ରି ଓ ମ୍ୟାଥେମାଟିକ୍ସରୁ ଆସିଥିଲା । ଆନ୍ଥେ ୨୦୨୨ର ଫଳ ଦଶମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୨ ନଭେମ୍ବର ୨୭ରେ ଏବଂ ସପ୍ତମରୁ ନବମ ଛାତ୍ରଛାତ୍ରୀଙ୍କ ନିମନ୍ତେ ୨୦୨୨ ନଭେମ୍ବର ୨୯ରେ ଘୋଷଣା କରାଯିବ ।
୨୦୨୨ ଆନ୍ଥେ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଆକାଶ ଚୌଧରୀ, ମ୍ୟାନେଜିଂ ଡାଇରେକ୍ଟର, ଆକାଶ ବାଇଜୁସ୍ କହିଛନ୍ତି, “ସମଗ୍ର ଦେଶରୁ ମିଳୁଥିବା ଉତ୍ସାହକୁ ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ ଅଛୁ । ଜଣେ ଛାତ୍ର ଅଥବା ଛାତ୍ରୀଙ୍କୁ ଏକ ମେଡିକାଲ କଲେଜରେ ସିଟ୍ ପାଇବା ଅଥବା ଆଇଆଇଟି, ଏନଆଇଟି ଅଥବା ଅନ୍ୟ କୌଣସି କେନ୍ଦ୍ର ସରକାରୀ ପରିଚାଳିତ ମହାବିଦ୍ୟାଳୟର ପୋର୍ଟାଲରେ ପ୍ରବେଶ ନିମନ୍ତେ କୋଚିଂ ବୃହତ ପାର୍ଥକ୍ୟ ଆଣିଥାଏ । ଆମର ଲକ୍ଷ୍ୟ ହେଉଛି ଦେଶର ଯେକୌଣସି ସ୍ଥାନରେ ସୁଯୋଗରୁ ବଞ୍ଚିତ ଏବଂ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନିକଟରେ ଆମର ଉଚ୍ଚ-ମୂଲ୍ୟ ଭିତ୍ତିକ କୋଚିଂ କାର୍ଯ୍ୟକ୍ରମକୁ ପହଞ୍ଚାଇବା । ଆନ୍ଥେ ଆମକୁ ଏନଇଇଟି ଏବଂ ଜେଇଇ ପାଇଁ ଛାତ୍ରଛାତ୍ରୀଙ୍କୁ ସେମାନେ ରହୁଥିବା ସ୍ଥାନରେ ଏବଂ ସେମାନଙ୍କ ସୁବିଧା ଅନୁଯାୟୀ ପ୍ରସ୍ତୁତ କରିବାର ସୁଯୋଗ ପ୍ରଦାନ କରୁଛି ।”
Comments are closed, but trackbacks and pingbacks are open.