ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ରୋବୋଟ୍ ସୁବିଧା ବିଶିଷ୍ଟ ଆଧୁନିକ ୱାଗନ୍ ଟିପଲର କାର୍ଯ୍ୟ ପ୍ରଣାଳୀର ଶୁଭାରମ୍ଭ
ଯସୁରକ୍ଷା, ପରିବେଶ ଓ ନିର୍ଭରଯୋଗ୍ୟତାରେ ଉନ୍ନତିକୁ ସୁନିଶ୍ଚିତ କରିବ।
ଭୁବନେଶ୍ୱର: ୱାଗନ୍ ଅନ୍ଲୋଡିଂ ସମୟରେ ମଣିଷ-ଯନ୍ତ୍ର ମୁହାଁମୁହିଁ ପରିସ୍ଥିିତିକୁ ସମ୍ପୁର୍ଣ୍ଣ ରୂପେ ଏଡାଇବା ପାଇଁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର ର ମ୍ୟାଟେରିଆଲ ହେଣ୍ଡଲିଂ ସିଷ୍ଟସ୍ (ଆରଏମ୍ଏଚ୍ଏସ୍) ଅପରେସନ୍ସରେ ଅତ୍ୟାଧୁନିକ ରୋବୋଟ୍ ସୁବିଧା ବିଶିଷ୍ଟ ୱାଗନ୍ ଟିପଲର ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି ।
ଟାଟା ଷ୍ଟିଲର ସପ୍ଲାଏ ଚେନ୍ ଏବଂ ଗ୍ରୁପ୍ ଷ୍ଟ୍ରାଟଜିକ୍ ପ୍ରୋକୁ୍ୟରମେଣ୍ଟ (ଅଧିଷ୍ଠିତ) ଭାଇସ୍ ପ୍ରେସିଡେଣ୍ଟ ପିୟୁଷ ଗୁପ୍ତା, ଟାଟା ଷ୍ଟିଲ ମେରାମଣ୍ଡଳୀ ଅପରେସନ୍ସ ବିଭାଗ ଭାଇସ ପ୍ରେସିଡେଣ୍ଟ ସୁବୋଧ ପାଣ୍ଡେ ଚଳିତ ମାସ ନଭେମ୍ବର ୨୩ ତାରିଖରେ ଆନୁଷ୍ଠାନିକ ଭାବେ ଏହି ମଣିଷ-ବିହିନ ଆଧୁନିକ ୱାଗନ୍ ଟିପଲର ବ୍ୟବସ୍ଥାକୁ ଉଦ୍ଘାଟନ କରିଥିଲେ । ଏହି ନୂତନ କାର୍ଯ୍ୟ ପ୍ରଣାଳୀ ସହିତ ସମ୍ପୁର୍ଣ୍ଣ ଅନ୍ଲୋଡ଼ିଂ ଏବଂ ଟିପଲିଂ କାର୍ଯ୍ୟକୁ ସ୍ୱୟଂଚାଳିତ କରାଯାଇଛି । ଏହା ମଣିଷ-ଯନ୍ତ୍ର ମଧ୍ୟରେ ଥିବା ମୁହାଁମୁହିଁ ପରିସ୍ଥିତିକୁ ସମ୍ପୁର୍ଣ୍ଣ ରୂପେ ଏଡାଇବା ସହିିତ ସୁରକ୍ଷାକୁ ସୁନିଶ୍ଚିତ କରି ଉତ୍ପାଦକତା ବୃଦ୍ଧି ଆଣିବାରେ ଯୋଗଦାନ କରିପାରିବ ।
ଟାଟା ଷ୍ଟିଲର ସପ୍ଲାଏ ଚେନ୍ ଏବଂ ଗ୍ରୁପ୍ ଷ୍ଟ୍ରାଟଜିକ୍ ପ୍ରୋକୁ୍ୟରମେଣ୍ଟ (ଅଧିଷ୍ଠିତ) ଭାଇସ୍ ପ୍ରେସିଡେଣ୍ଟ ପିୟୁଷ ଗୁପ୍ତା କହିଛନ୍ତି ଯେ, “ଦଳଗତ ଭାବେ କାର୍ଯ୍ୟ କରିବା ଦ୍ୱାରା ଅତି ସହଜରେ କିଭଳି ସମସ୍ୟାର ସମାଧାନ କରାଯାଇପାରିବ ଏହା ତାହାର ଜ୍ୱଳନ୍ତ ଉଦାହରଣ । ଏହି ସୁଦୃଢ ସୁରକ୍ଷା ବ୍ୟବସ୍ଥା ପୋକା-ୟୋକ୍ର ଏକ ପ୍ରକୃଷ୍ଟ ଉଦାହରଣ । ଏହି ପ୍ରକାର ଅଭିନବ ପ୍ରଣାଳୀକୁ ଜାମସେଦପୁର ଓ କଳିଙ୍ଗନଗରରେ ମଧ୍ୟ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ କରାଯାଇଛି । ଆରଏମ୍ଏଚ୍ଏସ୍ରେ ବିଭିନ୍ନ ପ୍ରକାର ବିପଦ ରହିଛି ଏବଂ ଟିମ୍ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଚିହ୍ନଟ ବିପଦକୁ ସମ୍ପୁର୍ଣ୍ଣ ରୂପେ ଏଡ଼ାଇବା ପାଇଁ ନିରନ୍ତର କାର୍ଯ୍ୟ କରୁଛି । ଏହି ଆଧୁନିକ ୱାଗନ୍ ଟିପଲର ସୁରକ୍ଷିତ ଭାବରେ ରେକ୍ ଅନ୍ଲୋଡ଼ିଂ ଚକ୍ର ସମୟ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।”
ଟାଟା ଷ୍ଟିଲ ମେରାମଣ୍ଡଳୀର ଭାଇସ୍ ପ୍ରେସିଡେଣ୍ଟ ସୁବୋଧ ପାଣ୍ଡେ କହିଛନ୍ତି ଯେ, “ଆମେ ନିଜ ସମନ୍ୱିତ ଇସ୍ପାତ କାରଖାନାର ବିଭିନ୍ନ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ନିରନ୍ତର ଭାବେ ଶ୍ରେଷ୍ଠ ଉପଲବ୍ଧ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରୁଛୁ, ଯାହାଦ୍ୱାରା ସୁରକ୍ଷା, ପରିବେଶ, ଉତ୍ପାଦକତା ଓ ନିର୍ଭରଯୋଗ୍ୟତାରେ ଉନ୍ନତି ଅଣାଯାଇପାରିବ । ୱାଗନ୍ ଟିପଲର କାର୍ଯ୍ୟ ସହିତ ଜଡ଼ିତ ସମସ୍ତ ସମସ୍ୟାର ସମାଧାନ ଦିଗରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏକୀକରଣର ଏହା ଏକ ପ୍ରକୃଷ୍ଟ ଉଦାହରଣ । ୱାଗନ୍ ଟିପଲର ୨ରେ ସ୍ଥାପନ କରାଯାଇଥିବା ଏହି ନୂତନ ପ୍ରଣାଳୀ ଅନ୍ୟସ୍ଥାନରେ ମଧ୍ୟରେ ସମାନ ଭାବେ କାର୍ଯ୍ୟକାରୀ କରାଯିବ ।
ଇସ୍ପାତ କାରଖାନାର ଆରଏମ୍ଏଚ୍ଏସ୍ର ର୍ୟାକ୍ ଟିପଲିଂ ଅପରେସନ୍ସରେ ଡି କପଲିଂ, ରୋଟେସନ୍, ଏଲାଇନ୍ମେଣ୍ଟ ଏବଂ ଉଭୟ ଇନ୍ହଲ୍ ଏବଂ ଆଉଟ୍ହଲ୍ ସାଇଡ଼ରେ ୱାଗନ୍ର କପଲିଂ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଅନ୍ତର୍ଭୁକ୍ତ କରାଯାଇଛି । ଏହାପରେ ଶେଷରେ ୱାଗନ୍ ସଫା କରାଯାଇଥାଏ । ଏହି ନୂତନ ସଂସ୍ଥାପନ ପ୍ରଣାଳୀରେ ସଂୟଚାଳିତ ଡ୍ରପ୍ ଗେଟ୍ସ ସହିତ ଲେଜର କର୍ଟେନ୍ସ, ରୋବୋଟିକ୍ ଡି କପଲିଂ ଏବଂ କପଲିଂ ଅପରେସନ୍ସ, ଟିପଲର କମ୍ପ୍ଲେ୍କ୍ସ ମଧ୍ୟରେ ସ୍ମାର୍ଟ ଆକସେସ୍ କଣ୍ଟ୍ରୋଲ୍, ୱାଗନ୍ କ୍ଲିନିଂ ସିଷ୍ଟମ୍ ଏବଂ ସ୍ୱୟଂଚାଳିତ ସାଇଡ ଆର୍ମ ଚାର୍ଜର ଅପରେସନ୍ସ ଅନ୍ତର୍ଭୁକ୍ତ ରହିଛି, ଯାହାଦ୍ୱାରା ବିପଦପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ହ୍ରାସ କରିଯାଇପାରିବ । ଉପକରଣ ସମ୍ପର୍କିତ କାର୍ଯ୍ୟ ଜାରି ରହିଥିବାବେଳେ ଅନାଧିକୃତ ପ୍ରବେଶକୁ ବନ୍ଦ କରିବା ପାଇଁ ସ୍ୱୟଂଚାଳିତ ଗେଟ୍ ଲକିଂ ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ସ୍ମାର୍ଟ ଫେନ୍ସିଂ ପ୍ରଣାଳୀକୁ ଏହି ପ୍ରଣାଳୀ ସହିତ ପରିପୂରକ କରାଯାଇଛି ।
Comments are closed, but trackbacks and pingbacks are open.