ଟାଟା ଷ୍ଟିଲ୍‌ ଓ ଟାଟା ଷ୍ଟିଲ୍‌ ମାଇନିଂକୁ ସମ୍ମାନଜନକ କଳିଙ୍ଗ ସୁରକ୍ଷା ପୁରସ୍କାର ୨୦୧୯

0 4,063

ଭୁବନେଶ୍ୱର: ନିରାପତା ବ୍ୟବସ୍ଥାରେ ଉଲ୍ଲେଖନୀୟ ଉକ୍ରର୍ଷ ପ୍ରଦର୍ଶନ କରି ଓଡ଼ିଶାରେ ଥିବା ଟାଟା ଷ୍ଟିଲ୍‌ର ବିଭିନ୍ନ ୟୁନିଟ୍‌ ସମ୍ମାନଜନକ କଳିଙ୍ଗ ସୁରକ୍ଷା ପୁରସ୍କାର ୨୦୧୯ ହାସଲ କରିଛନ୍ତି । ମାର୍ଚ୍ଚ ୧୨ରେ ଅନୁଷ୍ଠିତ ୧୧ତମ ଓଡ଼ିଶା ରାଜ୍ୟ ସୁରକ୍ଷା କନକ୍ଲେଭ୍‌ (ଓଏସ୍‌ଏସ୍‌ସି) ୨୦୨୦ରେ ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍‌ ପ୍ଲାଂଟ୍‌ (ଏଫ୍‌ଏପି), ବାମନିପାଳ ଓ ଟାଟା ଷ୍ଟିଲ୍‌ ମାଇନିଂର ଫେରୋ ଆଲଏଜ୍‌ ପ୍ଲାଂଟ୍‌ (ଏଫ୍‌ଏପି), ଆଠଗଡ଼କୁ ଗୋଲ୍ଡ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମୟରେ ଟାଟା ଷ୍ଟିଲ୍‌ ଫେରୋ ଆଲଏଜ୍‌ ପ୍ଲାଂଟ୍‌ (ଏଫ୍‌ଏପି), ଯୋଡ଼ା ସିଲ୍‌ଭର୍‌ ବର୍ଗରେ ଏହି ପୁରସ୍କାର ଜିତିଛି ।
ଭୁବନେଶ୍ୱରର ହୋଟେଲ୍‌ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁର୍ଯ୍ୟ ନାରାୟଣ ପାତ୍ର, ମାନ୍ୟବର ବାଚସ୍ପତି, ଓଡ଼ିଶା ବିଧାନସଭା ଓ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ, ପ୍ରମୁଖ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ବିଜେତାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଟାଟା ଷ୍ଟିଲ୍‌ର ଏଫ୍‌ଏପି ବାମ୍‌ନିପାଳ ତରଫରୁ ଶ୍ରୀଯୁକ୍ତ ଆଲୋକ ପଣ୍ଡା, ବରିଷ୍ଠ ପ୍ରବନ୍ଧକ, ଇଆଣ୍ଡ୍‌ଆଇ ଏବଂ ଶ୍ରୀଯୁକ୍ତ ଚନ୍ଦନ ଦାସ, ପ୍ରବନ୍ଧକ, ସୁରକ୍ଷା ଓ ପରିବେଶ ଗୋଲ୍ଡ ବର୍ଗର ପୁରସ୍କାର ହାସଲ କରିଛନ୍ତି । ଟାଟା ଷ୍ଟିଲ୍‌ ମାଇନିଂ ତରଫରୁ ଶ୍ରୀଯୁକ୍ତ ଏମ୍‌ ସି ଥୋମାସ, ଏମଡି, ଟିଏସଏମ୍‌ଏଲ୍‌ଙ୍କ ସହିତ ଶ୍ରୀଯୁକ୍ତ ବି ଡି ନନ୍ଦ, ବରିଷ୍ଠ ପ୍ରବନ୍ଧକ, ଫେରୋ ଆଲଏଜ୍‌ ଓ ଶ୍ରଯୁକ୍ତ ସିଦ୍ଧାର୍ଥ ସେଠ୍‌, ଏଡିଏମ୍‌ ଅପରେସନ୍ସ, ଆଠଗଡ଼ ଗୋଲ୍ଟ ବର୍ଗର ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି, ଏଫ୍‌ଏପି ଯୋଡ଼ା ତରଫରୁ ଶ୍ରୀଯୁକ୍ତ ଜି ପି ସାହୁ, ମୁଖ୍ୟ, ଏଫ୍‌ଏପି ଓ ଶ୍ରୀଯୁକ୍ତ ନବ ମିଶ୍ର, ସାଧାରଣ ସମ୍ପାଦକ, ଏଫ୍‌ଏପି କର୍ମଚାରୀ ସଂଘ ଅତିିଥିମାନଙ୍କ ଠାରୁ ରୌପ୍ୟ ପୁରସ୍କାର ହାସଲ କରିଛନ୍ତି । ଏଫ୍‌ଏପି ଯୋଡ଼ା ଚତୁର୍ଥ ଥର ଲାଗି ଏହି ପୁରସ୍କାର ହାସଲ କରିିଥିବା ବେଳେ ଏଫ୍‌ଏପି ବାମନିପାଲ ଚଳିତ ବର୍ଷ ପ୍ରଥମ ପୁରସ୍କାର ହାସଲ କରିଛି ।
ଏହି କାର୍ଯ୍ୟକ୍ରମ ଅବସରରେ ପ୍ରମୁଖ ଖଣି ଓ କନଷ୍ଟ୍ରକ୍ସନ ଶିଳ୍ପ, ଶିଳ୍ପ ବିଶେଷଜ୍ଞ ଓ ପ୍ରମୁଖ ଅତିଥିମାନେ ଉପସ୍ଥିତ ଥିଲେ । ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୱାଲିଟି ଆଣ୍ଡ୍‌ ଏନଭାର୍ଣ୍ଣମେଂଟ୍‌ ମ୍ୟାନେଜମେଂଟ୍‌ ସର୍ଭିସେସ୍‌ (ଆଇକ୍ୟୁଇଏମ୍‌ଏସ୍‌) ତରଫରୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଏଟଂରପ୍ରାଇଜେସ୍‌, ହାଇଦ୍ରାବାଦ ଓ ଓଡ଼ିଶା ରାଜ୍ୟ ଉତ୍ପାଦକତା ପରିଷଦ, ଭୁବନେଶ୍ୱର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସୁରକ୍ଷା କ୍ଷେତ୍ରରେ ଉକ୍ରୃଷ୍ଟ ପ୍ରଦର୍ଶନ କରୁଥିବା ସଂସ୍ଥାଗୁଡ଼ିକୁ କଳିଙ୍ଗ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରାଯାଉଛି ।

Leave A Reply