ସରଜୁ ନଦୀ କୂଳରେ ପ୍ରତିଷ୍ଠା ହେବ ଭଗବାନ ଶ୍ରୀରାମଙ୍କ ବିଶାଳ ପ୍ରତିମୂର୍ତ୍ତି

0 730

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ସ୍ଥାପନ ହେବ । ଏହି ମୂର୍ତ୍ତିର ଉଚ୍ଚତା ୨୦୦ ରୁ ୨୫୧ ମଟିର ହୋଇପାରେ । ଅଯୋଧ୍ୟାର ସରଜୁ ନଦୀ କୂଳରେ ୧୦୦ ଏକର ବିସ୍ତୃତ  ଜମିରେ ବିଶ୍ୱର ସବୁଠାରୁ ଉଚ୍ଚ ମୂର୍ତ୍ତିକୁ ଦେଶ-ବିଦେଶର ପର୍ଯ୍ୟଟକ ଦେଖିବେ । ଏବାବଦରେ ସୋମବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟ ବୈଠକରେ ଆଲୋଚନା ହୋଇଛି । ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ଡ. ଦିନେଶ ଶର୍ମା, ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, କ୍ୟାବିନେଟ ମନ୍ତ୍ରୀ ସୁରେଶ ଖନ୍ନା, ସତୀଶ ମହାନା, ମୁଖ୍ୟ ସଚିବ ଅନୁପଚନ୍ଦ୍ର ପାଣ୍ଡେ, ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସପାଲ ସଚିବ ଅବନୀଶ ଅବସ୍ଥିଙ୍କ ସହିତ ଅନ୍ୟ ବିଭାଗର ଅତିଥି ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ କହିଛନ୍ତି, ସରଜୁ କୂଳରେ ୧୦୦ ହେକ୍ଟର ଜମିରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଭବ୍ୟ ପ୍ରତିମା ପ୍ରତିଷ୍ଠା ପାଇଁ କାର୍ଯ୍ୟକୁ ଦ୍ରୁତ ଗତିରେ ଆରମ୍ଭ କରି ଦିଆଯାଉ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଭଗବାନ ଶ୍ରୀରାମଙ୍କ ପ୍ରତିମା ସହିତ ଅଯୋଧ୍ୟାର ସମଗ୍ର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେବ ଦରକାର । ଏଥିରେ ଭଗବାନ ଶ୍ରୀରାମଙ୍କ ଉପରେ ପର୍ଯ୍ୟବେସିତ ଡିଜିଟାଲ ସଂଗ୍ରହାଳୟ, ଇଣ୍ଟରପ୍ରେସ ସେଣ୍ଟର, ପାଠାଗାର, ପାର୍କିିଂଗ, ଫୁଡ ପ୍ଲାଜା, ଲ୍ୟାଣ୍ଡସ୍କାପିଙ୍ଗ ସହିତ ପର୍ଯ୍ୟଟକଙ୍କ ପାଇଁ ଭତ୍ତିଭୂମିର ବ୍ୟବସ୍ଥା କରାଯିବ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟ୍ରଷ୍ଟ ଗଠନ କରାଯିବ ।

Leave A Reply