କଟକ . – କଟକ ଜବାହରଲାଲ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏକ ବିଂଶତମ ରାଜ୍ୟଗୋଷ୍ଠୀ ଟେବୁଲଟେନିସ୍ ଚମ୍ପିଆନ୍ସିପ୍ର ଦଳଗତ ମୁକାବିଲାରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ଭାରତ ସ୍ୱର୍ଣ୍ଣପଦକ ଜିତିଛି ।
ଭାରତୀୟ ପୁରୁଷ ଦଳ ସ୍ୱର୍ଣ୍ଣପଦକ ସହ ଟାଇଟଲ ବଜାୟ ରଖିଥିବାବେଳେ ପ୍ରଥମଥର ପାଇଁ
ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି । ମହିଳା ଦଳର ମାନିକା ବାତ୍ରା, ଅର୍ଚ୍ଚନା କାମତ୍ ଏବଂ ମାଧୁରିକା ପାଟକର ବିଜୟଲାଭ କରିଥିବାବେଳେ ପୁରୁଷ ଦଳର ଅଚନ୍ତ ଶରତ କମଲ, ଜି. ସତ୍ୟମ୍ ଓ ହରମୀତ୍ ଦେଶାଇ
ବିଜୟଲାଭ କରିଛନ୍ତି ।