କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଶୁଣାଣି

0 829

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋର୍ଟ ତଥା ଅନ୍ୟାନ୍ୟ ଆନୁଷଙ୍ଗୀକ କାର୍ଯ୍ୟ ପାଇଁ ହାଇକୋର୍ଟ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଚଳିତ ମାସ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବଭଳି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ମାମଲା ଗୁଡ଼ିକର ଶୁଣାଣି ଜାରି ରହିବ ।

ଆଇନ୍‍ଜୀବୀ କିମ୍ବା ସମ୍ପୃକ୍ତ ପକ୍ଷ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଅଂଶଗ୍ରହଣ କରିବେ । ସେହିଭଳି ରାଜ୍ୟର ସମସ୍ତ ନିମ୍ନ ଅଦାଲତ ଏବଂ ଟ୍ରିବ୍ୟୁନାଲ୍‍ର କୋର୍ଟ କାର୍ଯ୍ୟ ମଧ୍ୟ ପୂର୍ବଭଳି ଚଳିତ ମାସ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛ

Leave A Reply