ଲାଗିବ ଅଲିଭା ଷ୍ଟାମ୍ପ- ଓଡ଼ିଶା ବାହାରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ଡାହାଣ ହାତରେ ଲାଗିବ ଅଲିଭା ଷ୍ଟାମ୍ପ

0 1,166

ଭୁବନେଶ୍ୱର – ଲକ୍‍ଡାଉନ ଯୋଗୁଁ ରାଜ୍ୟ ବାହାରେ ଅଟକି ରହିଥିବା ପ୍ରବାସୀ ଓଡିଆମାନେ ଟ୍ରେନ କିମ୍ବା ସଡକପଥରେ ଆସି ପାରିବେ। ସଡକପଥରେ ଆସୁଥିବା ପ୍ରବାସୀ ଓଡିଆମାନେ ୧୧ଟି ଚେକ ପଏଣ୍ଟ ଦେଇ ରାଜ୍ୟ ମଧ୍ୟକୁ ପ୍ରବେଶ କରିବେ। ତେବେ ଚେକ ପଏଣ୍ଟଗୁଡ଼ିକରେ ରାଜ୍ୟ ସରକାରଙ୍କର ଅଧିକାରୀମାନେ ଉପସ୍ଥିତ ରହିବେ ଓ ସେଠାରେ ୱେବସାଇଟରେ ଥିବା ତଥ୍ୟକୁ ଚେକ୍‍ କରିବେ।

ଯଦି କେହି ରାଜ୍ୟ ସରକାରଙ୍କର ପୋର୍ଟାଲରେ ପଞ୍ଜୀକରଣ କରି ନ ଥିବେ, ତେବେ ସେଠାରେ ସେମାନେ ପଞ୍ଜୀକରଣ କରି ପାରିବେ। ବାହାରୁ ଆସୁଥିବା ଓଡିଆମାନଙ୍କୁ ଚିହ୍ନଟ ପାଇଁ ସେମାନଙ୍କ ଡାହାଣ ହାତରେ ଅଲିଭା କାଳିର ଷ୍ଟାମ୍ପ ଲଗାଯିବ । ଜିଲ୍ଲା ପ୍ରଶାସନର କାର୍ଯ୍ୟରତ
କର୍ମଚାରୀମାନେ ଏହି ବ୍ୟକ୍ତିମାନଙ୍କୁ କ୍ୱାରେଣ୍ଟାଇନ ସ୍ଥଳକୁ ନେଇଯିବେ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ କହିଛନ୍ତି, ପ୍ରବାସୀମାନେ ଆସିବା ପୂର୍ବରୁ ସେଠାକାର ଜିଲ୍ଲା ପ୍ରଶାସନଠାରୁ ପାସ୍‍ ନେଇ ଆସିବାକୁ ହେବ। ବିଭିନ୍ନ
ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆମାନଙ୍କ ପାଇଁ କୋଭିଡ ପୋର୍ଟାଲରେ ପଞ୍ଜୀକରଣ କରାଇବା ଜରୁରୀ ଥିବାରୁ ଏହାକୁ ଯାଞ୍ଚ କରିବାକୁ ବିଭିନ୍ନ
ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସେ ପତ୍ର ଲେଖିଛନ୍ତି।

Leave A Reply