ନୂଆଦିଲ୍ଲୀ – କରୋନା ଲକ୍ଡାଉନ୍ ଯୋଗୁଁ CISCE ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର କେତକ ପରୀକ୍ଷା ଅନୁଷ୍ଠିତ ହୋଇ ପାରିନାହିଁ । କାଉନସିନ୍ଫନ୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ସାମିନେସନସ୍ ଶୁକ୍ରବାରରେ ଏ ନେଇ ବିଜ୍ଞପ୍ତି ପ୍ରକାଶକରିଛନ୍ତି ।
ପରୀକ୍ଷା ହୋଇ ନଥିବା ବିଷୟରେ ପରୀକ୍ଷା ୬ରୁ ୮ ଦିନ ମଧ୍ୟରେ ଅନୁଷ୍ଠିତ ହେବ । ଶନିବାର ଓ ରବିବାରରେ ବି ପରୀକ୍ଷା କରାଯିବ ।
ଲକ୍ଡାଉନ୍ ଯୋଗୁଁ ICSE ର ଦଶମ ଶ୍ରେଣୀର ୬ଟି ବିଷୟ ଓ ICSE ଦ୍ୱାଦଶର ବା ପ୍ଲସଟୁର ୮ଟି ବିଷୟର ପରୀକ୍ଷୀ ହୋଇ ପାରି ନଥିଲା । କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ICSE ପରୀକ୍ଷାର ୮ ଦିନ ପୂର୍ବରୁ ପୁଣି ନୋଟିସ୍ ଜାରି କରାଯିବ । ପରୀକ୍ଷା ଅନୁଷ୍ଠିତ ହେବାର ୬ରୁ ୮ ସପ୍ତାହ ମଧ୍ୟରେ ପରୀକ୍ଷା ଫଳ ବା Result ବାହାରିବ ।
ICSE 2020 ର lockdown ଯୋଗୁଁ ଭୂଗୋଳ ବା ଜିଓଗ୍ରାଫି, ଏଚ୍ସିଜି ୨ , ବାୟୋଲୋଜି(BIOLOGY) ,ଅର୍ଥନୀତି(ECONIMICS) ଗ୍ରୁପ ୩, ହିନ୍ଦୀ , ଆର୍ଟ ପେପର ୪ ର ପରୀକ୍ଷା ହୋଇନି । ICSE 12thର ବା ଦ୍ୱାଦଶର ବାୟୋଲୋଜି ପେପର ୧, ବିଜନେସ୍ଷ୍ଟଡିଜ୍, ଜିଓଗ୍ରାଫି, ସୋସିଓଲୋଜି, ସାଇକୋଲୋଜି, ହୋମସାଇନ୍ସ ପେପର-୧, ଇଲେକ୍ଟିଭ୍ ଇଙ୍ଗଲିସ୍ ଓ ଆର୍ଟ ପେପର ୫ ପରୀକ୍ଷା ହୋଇ ନାହିଁ ।
CISCE ର କାରିୟ ପୋର୍ଟାଲ ରେ ସମସ୍ତ ସ୍କୁଲର ପରୀକ୍ଷା କି ଡେଟ୍ସିଟ୍ ମିଳିବ । ଏହା ବ୍ୟତୀତ CISCE ର ସଂଶୋଧିତ ଡେଟ୍ସିଟ୍ ସମସ୍ତ ସ୍କୁଲ ବା ବିଦ୍ୟାଳୟକୁ ଇମେଲ୍ ମାଧ୍ୟମରେ ଦିଆଯିବ । cisce.org ରେ ଏହାକୁ ଦେଖିପାରିବେ ।