ପ୍ରବଳ ରିହାତି ମିଳୁଛି, ତଥାପି ପାର୍ବଣ ଋତୁରେ ଗାଡ଼ି ବେପାର ମାନ୍ଦା,
ନୂଆଦିଲ୍ଲୀ : ଏ ବର୍ଷ ପାର୍ବଣ ଋତୁରେ କାର ବେପାର ମାନ୍ଦା । ଏହାର କାରଣ ହେଉଛି ଏହାର କାରଣ ହେଉଛି ଲୋକେ ଏଥର ସେତେଟା ଉତ୍ସାହିତ ନାହାନ୍ତି । ତେଲଦର ବୃଦ୍ଧି, ଦେଶର କେତେକ ଅଂଚଳରେ ବନ୍ୟା ଓ ବୀମା ବାବଦ ଖର୍ଚ୍ଚ ବୃଦ୍ଧି ଫଳରେ ଗ୍ରାହକମାନେ ଗାଡି କିଣିବାକୁ ସେତେଟା ଉତ୍ସାହ ଦେଖାଉନାହାନ୍ତି । ଏଥିପାଇଁ କାର କମ୍ପାନିମାନେ ଚିନ୍ତାରେ ପଡିଯାଇଛନ୍ତି । ବେପାରକୁ ବଢାଇବା ପାଇଁ ସେମାନେ ବିଭିନ୍ନ ରିହାତି ଘୋଷଣା କରିଛନ୍ତି । ପ୍ରାୟ ସବୁ ପ୍ରକାରର ଗାଡି ଉପରେ ରିହାତି ମିଳୁଛି । ରିହାତି ଘୋଷଣା କରିଥିବା କମ୍ପାନିମାନଙ୍କ ମଧ୍ୟରେ ରହିଛନ୍ତି ମାରୁତିସୁଜୁକୀ, ଫୋର୍ଡ, ମହିନ୍ଦ୍ରା, ଟାଟା ମୋଟର୍ସ,ହ୍ୟୁଣ୍ଡାଇ ଇତ୍ୟାଦି କମ୍ପାନି । ଏପରିକି ବିଏମଡବ୍ଲୁ, ଅଡି ଓ ମର୍ସିଡିଜ ପରି ଲକଜୁରୀ କାର କମ୍ପାନି ମଧ୍ୟ ରିହାତି ଘୋଷଣା କରିଛନ୍ତି । ମାରୁତି ନିଜର ଅଲଟୋ ମିନି ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଥିବାବେଳେ ମହିନ୍ଦ୍ରା ସ୍କରପିଓ ଏସୟୁଭି ଉପରେ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି । ମର୍ସିଡିଜ-୭ ସିରିଜ ସାଲୁନ ଉପରେ ୧୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି ।