ଭୁବନେଶ୍ୱର – କରୋନା ମୁକାବିଲା ପାଇଁ ଆସନ୍ତାକାଲି ଶନିବାର ଓ ତା’ପର ଦିନ ଅର୍ଥାତ୍ ରବିବାର ଦୁଇଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍ଡାଉନ ଲାଗୁ ହେବ । ଏହି ପ୍ରକ୍ରିୟା ଚଳିତମାସର ବାକି ଶନିବାର ଓ ରବିବାର ପାଇଁ ଲାଗୁ ହେବ । ସଟ୍ଡାଉନ ସମୟରେ ଡାକ୍ତରୀ କିମ୍ବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟରେ ଲୋକେ ଯାତାୟତ କରିପାରିବେ।
ସେହିପରି ଏ.ଟି.ଏମ୍., ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓ କ୍ଲିଅରିଙ୍ଗ୍ ହାଉସ୍ ଭଳି ଗୁରୁତ୍ୱପୂର୍ଣ୍ଣ ଆର୍ôଥକ ପ୍ରତିଷ୍ଠାନ ଖୋଲା ରହିବ । ବିମାନ ବନ୍ଦର, ରେଳ ଷ୍ଟେସନ୍, ବସ୍ ଟର୍ମିନାଲ୍ରେ ବସ୍ ଚଳାଚଳ ଜାରି ରହିବ ଏବଂ ଏଥିରେ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ, କର୍ମଚାରୀମାନଙ୍କର ଗମନାଗମନ ଏବଂ କାର୍ଯ୍ୟକଳାପକୁ ସଟ୍ଡାଉନ୍ରୁ ବାଦ୍ ଦିଆଯିବ । ଗଣମାଧ୍ୟମରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ସେମାନଙ୍କ ଅଫିସକୁ ଯାଇପାରିବେ । ତେବେ ସକାଳ ୫ଟାରୁ ସକାଳ ୮ଟା ମଧ୍ୟରେ ଖବରକାଗଜ ହକରମାନଙ୍କୁ ଖବରକାଗଜ ବିତରଣପାଇଁ ଅନୁମତି ମିଳିଛି ।
ଏଲ୍.ପି.ଜି. ଡିଷ୍ଟ୍ରିବ୍ୟୁସନ୍, ରନ୍ଧନ ଗ୍ୟାସ୍ର ହୋମ୍ ଡେଲିଭରି ଏବଂ ଏଥିସହ ସମ୍ପୃକ୍ତ କାର୍ଯ୍ୟାଳୟ, କର୍ମଚାରୀ ଓ ଯାନବାହନ ଚଳାଚଳ ସଟ୍ଡାଉନ୍ ନିୟମ ଲାଗୁ ହେବ ନାହିଁ ।