ରଜ ପରେ ଆସନ୍ତା ୧୭ ତାରିଖରୁ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବେ

0 286

ଭୁବନେଶ୍ୱର – ରଜ ପରେ ଆସନ୍ତା ୧୭ ତାରିଖରୁ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବେ । ଏହାବ୍ୟତୀତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଭିଡ୍‍-୧୯ ନିର୍ଦ୍ଦେଶାବଳୀ ପାଳନ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି ।

ଅନ୍ୟପକ୍ଷରେ ରଜପାଇଁ ଆସନ୍ତା ୧୪ ଓ ୧୫ ତାରିଖ ଦୁଇଦିନ ଧରି ମାଟ୍ରିକ୍‍ ଖାତାଦେଖା ବନ୍ଦ ରହିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଚଓଈ ସାର କାରଖାନା କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖଲାଲ୍‍ ମାଣ୍ଡବୀୟ ଦେଶରେ ୫ଟି ସାର କାରଖାନାର ପୁନରୁଦ୍ଧାର କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

Leave A Reply