ମାର୍ଚ୍ଚରୁ ଅକ୍ଟୋବର ମାସ ମଧ୍ୟରେ ମୋଟ୍ ୧୦ଲକ୍ଷ ୭ହଜାର ୩୩୦ ଜଣ ପ୍ରବାସୀ ଶ୍ରମିକ ଓଡିଶାକୁ ଫେରିଛନ୍ତି
ମାର୍ଚ୍ଚରୁ ଅକ୍ଟୋବର ମାସ ମଧ୍ୟରେ ମୋଟ୍ ୧୦ଲକ୍ଷ ୭ହଜାର ୩୩୦ ଜଣ ପ୍ରବାସୀ ଶ୍ରମିକ ଓଡିଶାକୁ ଫେରିଛନ୍ତି
ଗତବର୍ଷ ମାର୍ଚ୍ଚରୁ ଅକ୍ଟୋବର ମାସ ମଧ୍ୟରେ ମୋଟ୍ ୧୦ଲକ୍ଷ ୭ହଜାର ୩୩୦ ଜଣ ପ୍ରବାସୀ ଶ୍ରମିକ ଓଡିଶାକୁ ଫେରିଛନ୍ତି ।
ଏମାନଙ୍କ ମଧ୍ୟରୁ ୭ଲକ୍ଷ ୭୩ହଜାର ଶ୍ରମିକଙ୍କୁ ମନରେଗା ଯୋଜନାରେ ନୂତନ କର୍ମନିଯୁକ୍ତି ଯୋଗାଇ ଦେବାକୁ ୧୫କୋଟି ୫୭ଲକ୍ଷ କର୍ମଦିବସ ସୃଷ୍ଟି କରାଯାଇଥିବା ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ବିଧାନସଭାରେ ସୂଚନା ଦେଇଛନ୍ତି । ଶ୍ରୀ ସିଂହ କହିଛନ୍ତି ଯେ ଗତବର୍ଷ ଅଗଷ୍ଟ ସୁଦ୍ଧା ସ୍ୱତନ୍ତ୍ର ଋଣ ଯୋଜନା ମାଧ୍ୟମରେ ୧୬ହଜାର ୫୦୭ ସ୍ୱୟଂ ସହାୟକା ଗୋଷ୍ଠି ଜରିଆରେ ୧ ଲକ୍ଷ ୬୮ ହଜାର ୫୭୧ ଜଣଙ୍କୁ ସର୍ବାଧିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଇଛି ।