ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ସାଇବର ଅପରାଧ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ମୋଟ୍ ୪ହଜାର ୨୭୩ ମାମଲା ପଞ୍ଜିକୃତ ହୋଇଛି ବୋଲି ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ୨୦୧୮ ମସିହାରେ ୮୬୭ ସାଇବର ଅପରାଧ ପଞ୍ଜିକୃତ ହୋଇଥିବା ବେଳେ ୨୦୧୯ରେ ୧ହଜାର ୪୭୫ ଏବଂ ୨୦୨୦ରେ ୧ହଜାର ୯୩୧ଟି ମାମଲା ପଞ୍ଜିକୃତ ହୋଇଛି । ସେ କହିଛନ୍ତି, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ତିନୋଟି ନୂତନ ସାଇବର କ୍ରାଇମ୍ବ୍ରାଞ୍ଚ୍ ଷ୍ଟେସନ୍ ସ୍ଥାପନ କରାଯାଇଛି । ଏହା ସହ ପ୍ରତ୍ୟେକ ଜିଲ୍ଲାରେ ସାଇବର ଅପରାଧକୁ ରୋକିବା ପାଇଁ ଅଧିକ ପୁଲିସ୍ ଥାନା ପ୍ରତିଷ୍ଠା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।