ଦୀପାବଳି ପରେ ଖୋଲିପାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଇବା ସହ ତୃତୀୟ ଲହର ଆଶଙ୍କା କମ୍ ଥିବାରୁ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଚାର କରାଯାଉଛି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଦୀପାବଳି ପରେ ପ୍ରଥମରୁ ୭ମ ଶ୍ରେଣୀ ଗୃହଶିକ୍ଷାଦାନ ନେଇ ବିଚାର କରାଯାଉଛି ।
ତେବେ ହଠାତ୍ ପ୍ରଥମରୁ ୭ମ ନ ଖୋଲି ପର୍ଯ୍ୟାୟକ୍ରମେ ଏହାକୁ ଖୋଲାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସୂଚନାଯୋଗ୍ୟ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଥମେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଏବଂ ନିକଟରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଗୃହ ପାଠପଢ଼ା ଆରମ୍ଭ ହୋଇଥିଲା