ରାଜ୍ୟରେ ଥିବା ଘରୋଇ ସ୍କୁଲ୍‌ ଫି ଉପରେ ରାଜ୍ୟ ସରକାରଙ୍କ ନାହିଁ କର୍ତ୍ତୃତ୍ୱ- ହାଇକୋର୍ଟରେ କଲେ ସତ୍ୟପାଠ ଦାଖଲ

0 829

ଭୁବନେଶ୍ୱର – ରାଜ୍ୟରେ ଘରୋଇ ସ୍କୁଲ ଗୁଡିକରେ ଫି ଛାଡ ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ।

ଏହି ସତ୍ୟପାଠରେ ଘରୋଇ ସ୍କୁଲ ଫି ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୌଣସି କର୍ତ୍ତୃତ୍ୱ ନ ଥିବା ଦର୍ଶାଯାଇଛି । ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା

1

୧୦ତାରିଖକୁ ଦିନଧାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ, କରୋନା ମହାମାରୀଜନିତ କଟକଣା ସମୟରେ ରାଜ୍ୟରେ ଥିବା ସ୍କୁଲଗୁଡିକ  ବନ୍ଦ ରହିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କଠାରୁ ଫି ଆଦାୟ ନେଇ ଅଭିଭାବକ ସଂଘ ଏବଂ ଘରୋଇ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ଏ ନେଇ ଅଭିଭାବକ ସଂଘ ପକ୍ଷରୁ ହାଇକୋର୍ଟରେ
ମାମଲା ଦାଏର ହେବା ପରେ ଗଣଶିକ୍ଷା ବିଭାଗ ଓ ଅଭିଭାବକ ସଂଘ ମିଳିତଭାବେ ଆଲୋଚନା କରି ଏହାର ନିସ୍କର୍ସ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହି ମାମଲାରେ ସତ୍ୟପାଠ ଜରିଆରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Leave A Reply