ରାଜ୍ୟରେ କୌଣସି ସରକାରୀ ସ୍କୁଲ୍ରେ ଏପର୍ଯ୍ୟନ୍ତ କୌଣସି କୋଭିଡ୍ ସଂକ୍ରମଣ ଚିହ୍ନଟ ହୋଇ ନାହିଁ । ତେଣୁ ସ୍କୁଲ୍ ବନ୍ଦ୍ କରିବା ନେଇ ନିଷ୍ପତ୍ତି ହୋଇ ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ସେ କହିଛନ୍ତି, ପୂର୍ବଭଳି ନବମ ଓ ଏକାଦଶ ଶ୍ରେଣୀ କ୍ଲାସ୍ ଚାଲୁ ରହିବ । ସରକାରୀ ଶିକ୍ଷାନୁଷ୍ଠାନରେ କଡ଼ାକଡ଼ି ଭାବେ କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ହେଉଥିବାରୁ ଏପର୍ଯ୍ୟନ୍ତ କୌଣସି ସଂକ୍ରମିତ ସରକାରୀ ସ୍କୁଲ୍ରୁ ଚିହ୍ନଟ ହୋଇ ନାହାନ୍ତି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଏବେ ରାଜ୍ୟର କେବଳ ବେସରକାରୀ ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସ୍କୁଲ୍ଗୁଡ଼ିକରେ ଅଭ୍ୟାସ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀମାନେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି ।