ଭାରତର କୃତ୍ରିମ ଉପଗ୍ରହରେ ଲାଗିବ ନୂଆ ସ୍କ୍ରାମଜେଟ୍‌ ଇଞ୍ଜିନ୍‌

0 491

ନୂଆଦିଲ୍ଲୀ . – ଏୟାର ବ୍ରେଦିଂ ପ୍ରପଲସନ ବ୍ୟବସ୍ଥାରେ ସଫଳତା ହାସଲ ଉଦ୍ଦେଶ୍ୟରେ ପ୍ରଥମ ସ୍କ୍ରାମଜେଟ୍‌ ଇଞ୍ଜିନର ସବ୍‌-ସ୍କେଲ୍‌ ପରୀକ୍ଷାମୂଳକ ଅଭିଯାନ ସଫଳତାର ସହ ଅଗଷ୍ଟ ୨୮, ୨୦୧୮ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର ଠାରୁ ସମ୍ପନ୍ନ ହୋଇଛି । ଏହି ପରୀକ୍ଷାମୂଳକ ଉଡ଼ାଣ ଯେଉଁଥିରେ କି ସୁପରସୋନିକ୍‌ ସ୍ପିଡ଼ରେ ଏୟାର ବ୍ରେଦିଂ ଇଞ୍ଜିନ୍‌ ସୁପରସୋନିକ୍‌ ବେଗରେ ଯାନରୁ ବାହାରୁଥିବା ନିଆଁକୁ ଆୟତ୍ତ କରିବା, ବାୟୁ ଅଧିଗ୍ରହଣ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଏବଂ ଇନ୍ଧନ ପ୍ରବାହ ବ୍ୟବସ୍ଥାକୁ ସୁସଂଗତ କରିବା ଭଳି ଅନେକ ଜଟିଳ ମହାକାଶ ଯନ୍ତ୍ରାଂଶ ଓ ପ୍ରଯୁକ୍ତି ସାମିଲ ସେସବୁ ସଫଳତା ପୂର୍ବକ ପ୍ରଦର୍ଶନ କରାଯାଇଛି । ଯେକୌଣସି ମହାକାଶ ଯାନର ଉତକ୍ଷେପଣ ବେଳେ ବାୟୁମଣ୍ଡଳ ପର୍ଯ୍ୟାୟରେ ଏୟାର ବ୍ରେଦିଂ ପ୍ରପଲସନ୍‌ ପ୍ରଯୁକ୍ତି ଏକାନ୍ତ ଆବଶ୍ୟକ ଯାହାକି ଇନ୍ଧନ ସକାଶେ ବାୟୁମଣ୍ଡଳରୁ ହିଁ ଅକ୍ସିଡ଼ାଇଜର ଭଳି ଅଧିଗ୍ରହଣ କରାଯାଇଥାଏ । ଏହାଦ୍ୱାରା ମହାକାଶ ଯାନରେ ଅକ୍ସିଡ଼ାଇଜର ଭଳି ଏକ ସ୍ୱତନ୍ତ୍ର ଯନ୍ତ୍ରକୁ ବହନ କରିନେବାର ଆବଶ୍ୟକତା ପଡ଼ିନଥାଏ ଏବଂ ଫଳସ୍ୱରୂପ ଏହା ମହାକାଶ ଯାନର ମୂଲ୍ୟ ଓ ଓଜନକୁ ହ୍ରାସ କରିଥାଏ ।

ବର୍ତ୍ତମାନ ବିକାଶ ଘଟାଯାଇଥିବା ପ୍ରଯୁକ୍ତି ଭବିଷ୍ୟତର ମହାକାଶ ଯାନ ଉତକ୍ଷେପଣ ଏବଂ ଅଭିଯାନ ସକାଶେ ଏକାନ୍ତ ଜରୁରି , ତେବେ ଏହା ମହାକାଶ ପ୍ରପଲସନ ପାଇଁ ପ୍ରତ୍ୟକ୍ଷ ଭାବେ ପ୍ରୟୋଗଯୋଗ୍ୟ ନୁହେଁ ।

କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କାର୍ମିକ, ଜନ ଅଭିଯୋଗ ଓ ପେନସନ୍‌, ଆଣବିକ ଶକ୍ତି ଓ ମହାକାଶ ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜୀତେନ୍ଦ୍ର ସିଂହ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ଏହି ସୂଚନା ପ୍ରଦାନ କରିଛନ୍ତି ।

Leave A Reply