ଭାରତୀୟ ଉପଗ୍ରହମାନଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିବା ବିଭିନ୍ନ ଚିତ୍ର ପାଇବା ସକାଶେ ସାଧାରଣ ଜନତାଙ୍କ ପାଇଁ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତନ କରାଯାଇଥିବା ରିମୋଟ ସେନ୍ସିଂ ଡ଼ାଟା ନୀତି (RSDP-2011) ଆଧାରରେ ଏହି ବ୍ୟବସ୍ଥା ସଂପନ୍ନ ହୋଇଛି । ଏହାଛଡ଼ା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ କେତେକ ଉପଗ୍ରହ ଚିତ୍ର ମାଗଣାରେ ଉପଲବ୍ଧ କରାଯାଇଛି ଯେଉଁଥିରେ ମହାସାଗରୀୟ ଏବଂ ପାଣିପାଣ ସମ୍ବନ୍ଧୀୟ ତଥ୍ୟସୂଚନା ଗ୍ରହଣକାରୀ ଉପଗ୍ରହ ଦ୍ୱାରା ଉତ୍ତୋଳିତ ଚିତ୍ର, ମିଡ଼ିୟମ ରିଜୋଲୁସନ୍ ଉପଗ୍ରହ ଚିତ୍ର ଯେଉଁଥିରେ ଉପଗ୍ରହ ଚିତ୍ରର ବିଲମ୍ବ ଏବଂ ଦୃଶ୍ୟ ସାମିଲ, ସେସବୁ ୱେବସାଇଟ ପୋର୍ଟାଲ ମାଧ୍ୟମରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଯାଇଛି ।
କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କାର୍ମିକ, ଜନ ଅଭିଯୋଗ ଓ ପେନସନ୍, ଆଣବିକ ଶକ୍ତି ଓ ମହାକାଶ ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜୀତେନ୍ଦ୍ର ସିଂହ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ଏହି ସୂଚନା ପ୍ରଦାନ କରିଛନ୍ତି