ସାମସଙ୍ଗ୍ ଗାଲାକ୍ସି ଏ-୯ର ଗ୍ଲୋବାଲ ଲଞ୍ଚ୍ , ପଛପଟେ ରହିଛି ୪ଟି କ୍ୟାମେରା
ଭୁବନେଶ୍ୱର : ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ଏ୯କୁ ମାଲେସିଆର କ୍ୱାଲାଲମପୁର ରେ ଉନ୍ମୋଚନ କରାଯାଇଛି। ବିଶ୍ୱର ପ୍ରଥମ ପଛ କ୍ୱାଡ୍ କ୍ୟାମେରା ସହିତ ଏହା ଉନ୍ମୋଚିତ ହୋଇଛି ଓ ଏଥିରେ ଅନେକ ପ୍ରକାର ସର୍ବାଧୁନିକ ବୈଶିଷ୍ଟ୍ୟ ମଧ୍ୟ ରହିଛି। ପ୍ରତିଦିନର ରୋମାଞ୍ଚକୁ ଧରି ରଖିବା ଓ ତାହାକୁ ସେୟାର କରିବା ପାଇଁ ଗାଲାକ୍ସି ଏ୯କୁ ପ୍ରସ୍ତୁତ କରାଯାଇଛି। ଏହାର କ୍ୱାଡ୍ କୋର୍ କ୍ୟାମେରାରେ ୨୪ ଏମ୍ପି ପ୍ରମୁଖ ଲେନ୍ସ ସହିତ ୨ଏକ୍ସ ଅପ୍ଟିକାଲ୍ ଜୁମ୍, ଅଲ୍ଟ୍ରା ୱାଇଡ୍ ଲେନ୍ସ ଓ ଡେପ୍ଥ ଲେନ୍ସ ବ୍ୟବହାର କରାଯାଇଛି। ଏଥିରେ ୩୮୦୦ ଏମ୍ଏଏଚ୍ ବ୍ୟାଟେରି, ୬.୩ ଇଂଚ ଫୁଲ୍ ଏଚ୍ଡି+ ସୁପର ଆମୋଏଲଇଡି ସ୍କ୍ରିନ୍, ୧୨୮ ଜିବି ଷ୍ଟୋରେଜ୍, ଅକ୍ଟା କ୍ୱାଡ୍କୋର ପ୍ରୋସେସର ଓ ୬/୮ ଜିବି ରାମ୍ ରହିଛି। ଏଥିରେ ଆଣ୍ଡ୍ରଏଡ୍ ୮.୦ ଅପରେଟିଂ ସିଷ୍ଟମ୍, ସାମସଙ୍ଗ ପେ, ଆସେଲେରୋମିଟର, ଫିଙ୍ଗପ୍ରିଣ୍ଟ୍ ସେନ୍ସର୍, ଗାଇରୋ ସେନ୍ସର୍, ହଲ୍ ସେନ୍ସର୍, ପ୍ରକ୍ସିମିଟି ସେନ୍ସର୍, ଆର୍ଜିବି ଲାଇଟ୍ ସେନ୍ସର୍ ବ୍ୟବହାର କରାଯାଇଛି। ଏହି ଫୋନ୍ ଜରିଆରେ ସବୁ ପ୍ରକାର ଅଡିଓ ଓ ଭିଡିଓ ଫାଇଲ୍କୁ ଚଲାଇହେବ। ଏହା ବ୍ୟତୀତ ଗାଲାକ୍ସି ଏ9ରେ ସାମସଙ୍ଗର ବିକ୍ସବି, ସାମସଙ୍ଗ ପେ ଓ ସାମସଙ୍ଗ ହେଲଥ୍ ଆଦି ସୁବିଧା ରହିଛି।