ପୁରୀ ୨୩-୦୬ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ପରେ ଜିଲ୍ଲାରେ ଲାଗୁ ହୋଇଥିବା କର୍ଫ୍ୟୁକୁ ପ୍ରଶାସନ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛି । ଆଜି ସନ୍ଧ୍ୟା ୭ଟାରୁ ପୁରୀ ଜିଲ୍ଳାରେ କର୍ଫ୍ୟୁ କୋହଳ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କେବଳ କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରଖାଯିବ ।
ବଡଶଙ୍ଖଠାରୁ ମାଟିଆପଡା ଓ ବସ୍ଷ୍ଟାଣ୍ଡ ଗୋଲେଇ ଆଦି ଅଞ୍ଚଳରେ କଫ୍ୟୁ ବଳବତ୍ତର ରହିବ। ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଗତକାଲି ରାତି ୯ଟାରୁ ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲାକୁ ପ୍ରଶାସନ ସଟ୍ଡାଉନ ଘୋଷଣା କରିଛନ୍ତି ।