କେନ୍ଦ୍ରାପଡା – ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟଦେବତା ଶ୍ରୀ ବଳଦେବଜୀଉଙ୍କର ରଥଯାତ୍ରା ନୀତିକାନ୍ତି ମନ୍ଦିର ପରିସର ମଧ୍ୟରେ ଚାଲୁ ରହିଛି । ଶ୍ରୀଜୀଉଙ୍କ ସ୍ନାନମଣ୍ଡପକୁ ରଥରୂପେ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଜଗମୋହନକୁ ଗୁଣ୍ଡିଚା ମନ୍ଦିରକୁ ବ୍ୟବହାର କରାଯିବ ବୋଲି ସ୍ଥିର ହୋଇଛି। ସନ୍ଧ୍ୟା ୭ଟା ସୁଦ୍ଧା ଶ୍ରୀଜୀଉମାନଙ୍କୁ ସ୍ନାମଣ୍ଡପ ରଥକୁ ନିଆଯିବ ।
ପରମ୍ପରା ଅନୁଯାୟୀ ଆଜି କେବଳ ଛେରା ପହଁରା ହେବ । ଆସନ୍ତାକାଲି ଦିନସାରା ଶ୍ରୀଜୀଉଙ୍କ ସମେତ ଚତୁର୍ଦ୍ଧାମୂତ୍ତି ଦର୍ଶନ ଦେବା ପରେ ୨୫ତାରିଖରେ ଜଗମୋହନ ସ୍ଥିତ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ବୋଲି ଜଣାପଡିଛି ।