ବାତ୍ୟା ‘ପେଥାଇ’ ଦୁର୍ବଳ , ରାଜ୍ୟରେ ବର୍ଷା ସମ୍ଭାବନା , ବଢିବ ଶୀତ

0 638

ଭୁବନେଶ୍ୱର . – ବଙ୍ଗୋପସାରରେ ସୃଷ୍ଟ ଲଘୁଚାପ ସମୁଦ୍ର ଭିତରେ ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଦୁର୍ବଳ ହୋଇଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଅପରାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡା‌ରେ ସ୍ଥଳଭାଗକୁ ଛୁଇଁବ। ସ୍ଥଳଭାଗ ପହଞ୍ଚିବା ପରେ‘ପେଥାଇ’ ଅବପାତରେ ପରିଣତ ହୋଇଯିବ। ଏହା ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି ।

ସୋମବାରରୁ ରାଜ୍ୟର ୪ଟି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗଜପତି, ଗଞ୍ଜାମ, ରାୟଗଡ଼ା ଏବଂ କୋରାପୁଟରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ମଙ୍ଗଳବାର ଗଞ୍ଜାମ, ପୁରୀ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାଯୋଗୁଁ ୧୮ତାରିଖ ପର ଠାରୁ ରାଜ୍ୟରେ ରାତିର ତାପମାତ୍ରା କମିବ, ସର୍ବନିମ୍ନ ତାପମାତ୍ରା ତିନିରୁ ୪ଡିଗ୍ରି ପର୍ଯ୍ୟନ୍ତ କମିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Leave A Reply