ଫୋନପେର ‘ମେଡ ଇନ ଇଣ୍ଡିଆ’ ସ୍ମାର୍ଟ ସ୍ପିକରର ବଜାର ପ୍ରବେଶ

9


ଭୁବନେଶ୍ୱର: ଫୋନପେ ତା’ର ନେକ୍ସଟ-ଜେନ ସ୍ମାର୍ଟସ୍ପିକରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଛି ଯାହା ମର୍ଚାଂଟମାନଙ୍କର କ୍ରମବର୍ଦ୍ଧଶୀଳ ବ୍ୟବସାୟିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଥିବା ଏକ ଅପଗ୍ରେଡ ଭର୍ସନ ଅଟେ । ଅରିଜିନାଲ ସ୍ମାର୍ଟସ୍ପିକରର ମୂଳଦୁଆ ଉପରେ ଆଧାରିତ ନେକ୍ସଟ-ଜେନ ଭର୍ସନଟି ଭାରତରେ ନିର୍ମିତ ହୋଇଛି । ଏହି ନବୀନତମ ଅପଗ୍ରେଡ ଭର୍ସନ ଏହାର ପୂର୍ବବର୍ତୀ ଭର୍ସନଗୁଡ଼ିକର ଲୋକପ୍ରିୟ ବୈଶିଷ୍ଟ୍ୟଗୁଡ଼ିକୁ ବଜାୟ ରଖିବା ସହିତ ସେଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ମଧ୍ୟ ଆଣିଛି ।
ଏହାର ଶୁଭାରମ୍ଭ ଅବସରରେ ଫୋନପେ ମର୍ଚାଂଟ ବିଜନେସର ମୁଖ୍ୟ ବ୍ୟବସାୟିକ ଅଧିକାରୀ ଯୁବରାଜ ସିଂହ ଶେଖାୱତ କହିଛନ୍ତି, “ଭାରତରେ ନିର୍ମିତ ଆମର ନେକ୍ସଟ-ଜେନ ସ୍ମାର୍ଟସ୍ପିକରଗୁଡ଼ିକର ବଜାର ପ୍ରବେଶ କରି ଆମେ ଅତ୍ୟନ୍ତ ଆନନ୍ଦିତ । ଏହି ଡିଭାଇସଗୁଡ଼ିକୁ ସ୍ଥାନୀୟ ଭାବରେ ଉତ୍ପାଦନ କରିବା ଦ୍ୱାରା ଆମ ମର୍ଚାଂଟମାନଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ଏବଂ ପସନ୍ଦ ଅନୁଯାୟୀ ପ୍ରଡକ୍ଟଗୁଡ଼ିକୁ ଗ୍ରହଣୀୟ କରାଇବାରେ ଅଧିକ ସୁବିଧା ମିଳିଥାଏ । ଏହି ସ୍ମାର୍ଟସ୍ପିକରଗୁଡ଼ିକ ମାଧ୍ୟମରେ ଆମେ କେବଳ ଦେଶବ୍ୟାପୀ ମର୍ଚାଂଟମାନଙ୍କ ପାଇଁ ବିଶେଷକରି ଅନୁନ୍ନତ ଅଂଚଳରେ ଆର୍ôଥକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରୁନାହୁଁ, ବରଂ ସ୍ୱଦେଶୀ ଉଦ୍ଭାବନକୁ ମଧ୍ୟ ପ୍ରୋତ୍ସାହିତ କରୁଛୁ ଏବଂ ଭାରତୀୟ ନିର୍ମାତାମାନଙ୍କୁ ଦେଶର ଡିଜିଟାଲ ରୂପାନ୍ତରିକରଣରେ ଅବିଚ୍ଛେଦ୍ୟ ଅଂଶଗ୍ରହଣକାରୀ ହେବା ବିଷୟକୁ ସୁନିଶ୍ଚିତ କରୁଛୁ ।”
ନୂତନ “ମେଡ ଇନ ଇଣ୍ଡିଆ” ସ୍ମାର୍ଟସ୍ପିକର ପୂର୍ବ ଭର୍ସନର ସମସ୍ତ ଲୋକପ୍ରିୟ ବୈଶିଷ୍ଟ୍ୟଗୁଡ଼ିକୁ ବଜାୟ ରଖିଛି ଏବଂ କନେକ୍ଟିଭିଟି ତଥା ଶକ୍ତି ଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତି ନେଇଆସିଛି । ଅଧିକ ସ୍ପିଡ ଏବଂ ନେଟୱାର୍କ ନିର୍ଭରଯୋଗ୍ୟତା ପାଇଁ ଏହା ୪ଏ ନେଟୱାର୍କ ବ୍ୟବହାର କରେ । ଏହାର ସର୍ବଶେଷ ଭର୍ସନ ପ୍ରାୟ ୭୫ ମିନିଟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯାଏ । ଡିଭାଇସଟି ବର୍ଦ୍ଧିତ ବ୍ୟାଟେରୀ ଲାଇଫ ସହ ଆସୁଛି ଯାହାର ଷ୍ଟାଣ୍ଡବାଇ ସମୟ ସାତ ଦିନରୁ ଅଧିକ ଅଟେ । ଏହା ସହିତ ଏଥିରେ ରହିଛି ସବୁଠାରୁ କୋଳାହଳପୂର୍ଣ୍ଣ ପରିବେଶରେ ମଧ୍ୟ ବ୍ୟବହାରଯୋଗ୍ୟ ସର୍ବୋତମ ଅଡିଓ କ୍ଲାରିଟି ଏବଂ ଏକ କମ୍ପାକ୍ଟ ଫର୍ମ ଫ୍ୟାକ୍ଟର ଯାହା ବ୍ୟବସାୟୀମାନଙ୍କୁ ସବୁଠାରୁ ଭିଡ଼ କାଉଂଟର ସ୍ପେସରେ ମଧ୍ୟ ଏହାକୁ ବ୍ୟବହାର କରିବାକୁ ଅନୁମତି ଦିଏ ।
ଫୋନପେ ୨୦୨୨ ମସିହାରେ ତା’ର ସ୍ମାର୍ଟସ୍ପିକରର ଶୁଭାରମ୍ଭ କରିଥିଲା ଯାହା ଅଫଲାଇନ ମର୍ଚାଂଟମାନଙ୍କୁ ଭଏସ ନୋଟିଫିକେସନ ସହିତ ଏକ ନିର୍ଭରଯୋଗ୍ୟ ଏବଂ ସୁବିଧାଜନକ ପେମେଂଟ ସମାଧାନ ପ୍ରଦାନ କରିଥିଲା । ୨୧ଟି ଭାଷା ଭାରିଆଂଟରେ ଉପଲବ୍ଧ ହେଉଥିବା ସ୍ମାର୍ଟସ୍ପିକରରେ ପ୍ରମୁଖ ଭାରତୀୟ ଅଭିନେତାଙ୍କ ଭଏସ ସମ୍ବଳିତ ଏକ ସେଲିବ୍ରିଟି ଭଏସ ଫିଚର ଅନ୍ତର୍ଭୁକ୍ତ କରାହୋଇଥିଲା । ସଫଳ ପେମେଂଟ ପାଇଁ ରିଅଲ-ଟାଇମ ଅଡିଓ ଆଲର୍ଟ ମର୍ଚାଂଟମାନଙ୍କର ଏସଏମଏସ କିମ୍ବା ଆପ ନୋଟିଫିକେସନ ଯାଂଚ କରିବା ଉପରେ ନିର୍ଭରଶୀଳତା ହ୍ରାସ କରେ ଯାହା ସେମାନଙ୍କୁ ପେମେଂଟ ଅପଡେଟ ପାଇଁ ବାରମ୍ବାର ସେମାନଙ୍କ ଫୋନ ଉପରେ ନଜର ନ ରଖି ସେମାନଙ୍କ ବ୍ୟବସାୟ ଉପରେ ଧ୍ୟାନ ଦେବାକୁ ସୁଯୋଗ ଦିଏ ।

Comments are closed, but trackbacks and pingbacks are open.