ରାଜ୍ୟରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏକକ ଗଣନା (ସେଣ୍ଟ୍ରାଲ୍ କାଉଣ୍ଟିଙ୍ଗ୍) କରାଯିବ । ମତଦାନ ସରିବା ପରେ ଭୋଟ୍ ବାକ୍ସଗୁଡ଼ିକୁ ବ୍ଲକ୍ ସ୍ତରରେ ଷ୍ଟ୍ରଙ୍ଗ୍ ରୁମ୍ରେ ରଖାଯିବ । ଏକକ ଗଣନା ପାଇଁ ଅଧିକ ବାଲାଟ୍ ବକ୍ସର ଆବଶ୍ୟକ ପଡ଼ିବ ବୋଲି ରାଜ୍ୟ ନିର୍ବାଚନ କମିଶନର୍ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସମସ୍ତ ଜିଲ୍ଲାପାଳଙ୍କୁ ନେଇ ରାଜ୍ୟ ନିର୍ବାଚନ କମିଶନର୍ ଏକ ବୈଠକ କରିଥିଲେ । ୱାର୍ଡ଼ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ଶେଷ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏ ସମ୍ପର୍କରେ ତାଲିକା ପ୍ରସ୍ତୁତ କରି ଆସନ୍ତା ୨୬ ତାରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନ୍କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।