ଓୟୁଏଟି ସ୍ନାତକ ପାଠ୍ୟକ୍ରମ ପାଇଁ ଆବେଦନର ସମୟସୀମାକୁ ଚଳିତମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି

0 821

ଭୁବନେଶ୍ୱର – ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ସ୍ନାତକ ପାଠ୍ୟକ୍ରମ ପାଇଁ ଆବେଦନର ସମୟସୀମାକୁ ଚଳିତମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍‍ଲାଇନରେ ଏହି ଆବେଦନ କରିହେବ ଏବଂ ଆସନ୍ତାମାସ ପହିଲା ସୁଦ୍ଧା ଫି’ ଦାଖଲ କରାଯାଇ ପାରିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ତେବେ ପ୍ରବେଶିକା ପରୀକ୍ଷା ସଂପର୍କରେ ପରେ ଜଣାଇ ଦିଆଯିବ ବୋଲି ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply