ଓମ ବିର୍ଲା ଲୋକସଭା ବାଚସ୍ପତି ପ୍ରାର୍ଥୀ ପାଇଁ ଆଜି କରିବେ ନାମାଙ୍କନ, ଆସନ୍ତାକାଲି ନିର୍ବାଚନ 

0 870

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଲୋକସଭା ବାଚସ୍ପତି ପାଇଁ ରାଜସ୍ଥାନର କୋଟା-ବୁନ୍ଦୀ ଆସନରୁ  ସାଂସଦ ଓମ୍ ବିର୍ଲାଙ୍କ ନାମକୁ ପ୍ରସ୍ତାବ ଦେଇଛି । ଏହି ନୋଟିସକୁ ଏନଡିଏର ୧୦ଟି ଦଳ ସମର୍ଥନ ଦେଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ନୀତିନ ଗଡ଼କରୀ, ରାଜନାଥ ସିଂହ ଭଳି ବିଜେପିର ବରିଷ୍ଠ ନେତାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ । ସେହିଭଳି କ୍ଷମତାସୀନ ଏନଡିଏ ତରଫରୁ ଓମ ବିର୍ଲା ଲୋକସଭା ବାଚସ୍ପତି ପାଇଁ ପ୍ରାର୍ଥୀ ହେବେ । ସମସ୍ତ ନବନିର୍ବାଚିତ ସାଂସଦଙ୍କ ଶପଥ-ଗ୍ରହଣ ପରେ ବୁଧବାର ନୂତନ ଲୋକସଭାର ଅଧ୍ୟକ୍ଷ ନିର୍ବାଚନ ହେବ । ଅନ୍ୟପକ୍ଷରେ ଏହି ଖବର ପ୍ରଚାର ହେବା ପରେ କୋଟାରେ ଓମ ବିର୍ଲାଙ୍କ ଘର ବାହାରେ ଉତ୍ସବ ପାଳନ କରାଯାଇଛି । ସମର୍ଥକମାନେ ଖୁସିରେ ନାଚିଛନ୍ତି । ଦଳୀୟ କର୍ମୀ ଓ ନେତାମାନେ ଶୁଭେଚ୍ଛାର ବାର୍ତ୍ତା ପଠାଇଛନ୍ତି ।

Leave A Reply