‘ଓମ୍‌’ ବିଷୟରେ କିଛି ଜାଣିବା କଥା

 ଓମ୍‌  ଆତ୍ମକୁ ଶାନ୍ତ କରେ

0 1,035

ଅଧିକାଂଶ ମନ୍ତ୍ର ଉଚାରଣ କରିବା ପୂର୍ବରୁ ଓମ୍‌ ଉଚ୍ଚାରଣ କରାଯାଇଥାଏ । ଧ୍ୟାନ କରିବା ପୂର୍ବରୁ ଓମ୍‌ ଉଚ୍ଚାରଣ କରାଯାଏ ।  ଓମ୍‌କୁ ସମସ୍ତ ଶଦ୍ଦ ମନ୍ତ୍ରର ମୂଳ ବୋଲି କୁହାଯାଇଥାଏ । ଓମ୍‌ ସର୍ବଶକ୍ତିମାନେ ଓ ପରଂବ୍ରହ୍ମଙ୍କର ପାଇଁ ଉଚ୍ଚାରିତ ଶଦ୍ଦ ବୋଲି ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା ଅଛି । ସୃଷ୍ଟିର ଆରମ୍ଭରୁ ଓମ୍‌ର ଶଦ୍ଦର ପ୍ରଚଳିତ ଅଛି । ଓମ୍‌ର ଉଚ୍ଚାରଣ ବେଳେ କଣ୍ଠ, ଜିହ୍ୱା ଓ ଓଷ୍ଠର ବ୍ୟବହାର କରାଯାଇଥାଏ ।  ଓମ୍‌କୁ କେତେଜଣ ଗଣେଶଙ୍କର ପ୍ରତୀକ ବୋଲି କହିଥାଆନ୍ତି ।

ମଣ୍ଡୁକ ଉପନିଷେଦ ଅନୁସାରେ ଓମ୍‌ ହେଉଛି ଧନୁଓ ତୀର ଯେଉଁ ମଣିଷ ଓମ୍‌କୁ ଉଚ୍ଚାରଣ କରେ ସେ ହେଉଛି ଧନୁ ଓ ଓମ୍‌ ହେଉଛି ତୀର ପରଂବ୍ରହ୍ମଙ୍କ ନିକଟତର ହେବା ପାଇଁ  ।  ଓମ୍‌ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ।  ଓମ୍‌  ଆତ୍ମକୁ ଶାନ୍ତ କରେ । ଧ୍ୟାନ କରିବା ସମୟରେ ଓମ୍‌ ଉଚ୍ଚାରଣ କଲେ ଏହାର ସୁଫଳ ମିଳିଥାଏ ।ମନକୁ ଶାନ୍ତ କରିଥାଏ । ଚିନ୍ତା ଦୂର କରିଥାଏ । ଗୀତାରେ କୃଷ୍ଣ ଅର୍ଜୁନଙ୍କୁ ଓମ୍‌ ସର୍ବ ଶକ୍ତିମାନ ବୋଲି କହିଛନ୍ତି ।

 

ଓମ୍‌ ନିର୍ଗୁଣ ରୂପ ଓ କୌଣସି ମନ୍ତ୍ରଠାରୁ ବି ଶକ୍ତିଶାଳୀ

 

Leave A Reply