ଭୁବନେଶ୍ୱର: ଭାରତର ସର୍ବବୃହତ୍ ଇଭି କମ୍ପାନୀ ଓଲା ଇଲେକ୍ଟ୍ରିକ୍ ୰ଏଣ୍ଡ୍ଆଇସ୍ଏଜ୍ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହାର ‘ଡିସେମ୍ବର ଟୁ ରିମେମ୍ବର’ କ୍ୟାମ୍ପେନ୍ର ଘୋଷଣା କରିଛି । ଡିସେମ୍ବର ୩ ତାରିଖରୁ ଆରମ୍ଭ ହେଉଥିବା ଏହି କ୍ୟାମ୍ପେନ୍ ଅଧିନରେ ନୂଆ ଓଲା ଏସ୍୧ ଏକ୍ସ+ ଏବେ ୨୦,୦୦୦ ଟଙ୍କାର ରିହାତିରେ ଉପଲବ୍ଧ ହେବ, ଯାହା ଏସ୍୧ ଏକ୍ସ+ର ମୂଲ୍ୟକୁ ୮୯,୯୯୯ ଟଙ୍କାକୁ ହ୍ରାସ କରିଛି । ଏହା ଏସ୍୧ ଏକ୍ସ+କୁ କ୍ରୟ କରିବା ପାଇଁ ଅନ୍ୟତମ ସର୍ବାଧିକ ସୁଲଭ ୨ଡବ୍ଲ୍ୟୁ ଇଭି ସ୍କୁଟର୍ରେ ପରିଣତ କରୁଛି, ଯାହା ଗ୍ରହଣୀୟତା କ୍ଷେତ୍ରରେ ଆସୁଥିବା ସବୁଠାରୁ ବଡ ପ୍ରତିବନ୍ଧକକୁ ଦୂର କରୁଛି ।
ଏସ୍୧ ଏକ୍ସ+ ଏକ ସୁଲଭ ମୂଲ୍ୟରେ ଶୀର୍ଷ ସ୍ତରୀୟ ପ୍ରଦର୍ଶନ, ଅତ୍ୟାଧୁନିକ ଟେକ୍ ଫିଚର ଓ ଉତ୍କୃଷ୍ଟମାନର ଚାଳନା ପ୍ରଦାନ କରୁଛି । । ଏହା ଏକ ୩କେଡବ୍ଲ୍ୟୁଏଚ୍ ବ୍ୟାଟେରୀ ସହିତ ଆସୁଛି ଏବଂ ୧୫୧ କିଲୋମିଟର୍ର ଏକ ସାର୍ଟିଫାଏଡ୍ ରେଞ୍ଜ ପ୍ରଦାନ କରୁଛି । ୬କେଡବ୍ଲ୍ୟୁ ମୋଟର ଦ୍ୱାରା ପରିଚାଳିତ ଏସ୍୧ ଏକ୍ସ+ କେବଳ ୩.୩ ସେକେଣ୍ଡରେ ୦-୪୦ କିମି ପ୍ରତି ଘଂଟା ବେଗ ହାସଲ କରୁଛି ଏବଂ ଏହାର ଟପ୍ ସ୍ପିଡ୍ ୯୦ କିମି ପ୍ରତି ଘଂଟା ରହିଛି । ଦେଶରେ ଇଭି ଗ୍ରହଣୀୟତାକୁ ବ୍ୟାପକ କରିବା ପାଇଁ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର ଓ ରିହାତି ଯୋଜନା ସହିତ ଆସନ୍ତା ଡିସେମ୍ବର ୩ ତାରିଖ ୨୦୨୩ରୁ ଆରମ୍ଭ ହେଉଥିବା ଏହାର ‘ଡିସେମ୍ବର ଟୁ ରିମେମ୍ବର’ କ୍ୟାମ୍ପେନ୍ର ଘୋଷଣା କରାଯାଇଛି ଯାହା ଚଳିତ ସିଜନକୁ ଏକ ଉଚ୍ଚ ସ୍ତରରେ ଶେଷ କରୁଛି ।
ଓଲାର ଚିଫ୍ ମାର୍କେଟିଙ୍ଗ ଅଫିସର, ଅଂଶୁଲ ଖଣ୍ଡେଲ୍ୱାଲ କହିଛନ୍ତିଯେ, ‘ଓଲା ଇଲେକ୍ଟ୍ରିକ ଗତ ନଭେମ୍ବର ମାସରେ ୩୦,୦୦୦ ୟୁନିଟ୍ର ରେକର୍ଡ-ବ୍ରେକିଙ୍ଗ ସେଲ୍ ସହିତ ଏକ ନୂଆ ଶିଳ୍ପ ମାନ ଧାର୍ଯ୍ୟ କରିଛି । ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ଓ ଇଭିଗୁଡିକୁ ମୁଖ୍ୟଧାରାରେ ପରିଣତ କରିବା ପାଇଁ ଆମେ ଆମର ନୂଆ ଏସ୍୧ ଏକ୍ସ+ ସହିତ ଇଲେକ୍ଟ୍ରିକ ଯାନକୁ ଆପଣାଇବା କ୍ଷେତ୍ରରେ ରହିଥିବା ସବୁଠାରୁ ବଡ ପ୍ରତିବନ୍ଧକକୁ ଅତିକ୍ରମ କରିଛୁ । ଅଗ୍ରଣୀ ଆଇସିଇ ସ୍କୁଟର ସହିତ ସମାନ ଏକ ମୂଲ୍ୟ ସହିତ ଆମେ ନିଶ୍ଚିତ ଯେ, ଏସ୍୧ ଏକ୍ସ+ ୰ଏଣ୍ଡଆଇସ୍ଏଜ୍ ପାଇଁ ପ୍ରସ୍ତୁତ ରହିଛି । ଆକର୍ଷଣୀୟ ମୂଲ୍ୟ ସହିତ ଆମର ବିସ୍ତୃତ ରେଞ୍ଜର ସ୍କୁଟର୍ଗୁଡିକ ସହିତ ମୁଁ ଦୃଢ ଭାବେ ବିଶ୍ୱାସ କରୁଛି ଯେ, ଗ୍ରାହକଙ୍କ ନିକଟରେ ଏକ ଆଇସିଇ ଉତ୍ପାଦ କ୍ରୟ କରିବା ପାଇଁ ଏବେ କୌଣସି କାରଣ ରହିବ ନାହିଁ ।’
ଗ୍ରାହକମାନେ ନିର୍ଦ୍ଧିଷ୍ଟ କ୍ରେଡିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ଇଏମ୍ଆଇ ଉପରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ ଏବଂ ଜିରୋ ଡାଉନ୍ ପେମେଂଟ୍, ଜିରୋ-ପ୍ରୋସେସିଂ ଫି’ ଓ ସର୍ବନିମ୍ନ ୬.୯୯%ର ସୁଧ ହାର ଭଳି ଅନ୍ୟାନ୍ୟ ଡିଲ୍ ସମେତ ଏକାଧିକ ଋଣ ଅଫର୍ ପାଇପାରିବେ ।
Comments are closed, but trackbacks and pingbacks are open.