‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

0 2,704

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦକୁ ଲୋକାର୍ପଣ କରିବେ । ନୂଆଦିଲ୍ଲୀରେ ମଧ୍ୟାହ୍ନ
୧୨ଟା ସମୟରେ ପ୍ରଧାନମନ୍ତ୍ରୀ ଏହି ପୁସ୍ତକର ଉନ୍ମୋଚନ କରିବେ ।

ଉକ୍ରଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କଦ୍ୱାରା ଲିଖିତ ଏହି ପୁସ୍ତକକୁ ଶଙ୍କରଲାଲ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୁସ୍ତକଟି ଓଡ଼ିଆ ଓ ଇଂରାଜୀ ଭାଷାରେ ଉପଲବ୍ଧ ହେଉଥିଲା ।

ଦେଶର ଜଣେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବ ୧୯୪୬ରୁ ୧୯୫୦ ଏବଂ ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ୧୯୪୨ରୁ ୧୯୪୫ ମସିହା ପର୍ଯ୍ୟନ୍ତ ଅହମ୍ମଦ ନଗର କିଲ୍ଲା ଜେଲ୍‍ରେ ବନ୍ଦୀ ଜୀବନ ଅତିବାହିତ କରୁଥିବା ସମୟରେ ସେ ‘ଓଡ଼ିଶା ଇତିହାସ’ ପୁସ୍ତକ ରଚନା କରିଥିଲେ ।

Leave A Reply