ସାବଧାନ- ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି

0 1,683

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଗତକାଲି ଗୋଟିଏ
ଦିନରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୪ ହଜାର ୬୪୭କୁ ବୃଦ୍ଧି ପାଇଛି । ଏହି ସଂକ୍ରମଣ ତାଲିକାରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୪୭, ଖୋର୍ଦ୍ଧାରୁ ୧୧୮, ବରଗଡ଼ରୁ ୪୮, ସମ୍ବଲପୁରରୁ ୪୫, ପୁରୀରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି ।

ଗତକାଲି ୨୪୬ ଜଣ ସଂକ୍ରମିତ ସୁସ୍ଥ ହେବା ପରେ କରୋନା ଜନିତ ଆରୋଗ୍ୟଙ୍କ ସଂଖ୍ୟା ୩ଲକ୍ଷ ୩୮ହଜାର ୬୬୨କୁ ବୃଦ୍ଧି ପାଇଛି । ଏବେ ୪ହଜାର ୯ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି ।

Leave A Reply