ଭୂବିଜ୍ଞାନ ମନ୍ତ୍ରଣାଳୟର ଅମ୍ବ୍ରେଲା ସ୍କିମ – ମହାସାଗର ସେବା, ପ୍ରଯୁକ୍ତି, ଅନୁଧ୍ୟାନ, ସମ୍ବଳ ମଡେଲିଂ, ବିଜ୍ଞାନ (ଓ-ସ୍ମାର୍ଟ)କୁ କ୍ୟାବିନେଟ ମଞ୍ଜୁରି

0 414

ନୂଆଦିଲ୍ଲୀ.-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ଆଜି ଭୂବିଜ୍ଞାନ ମନ୍ତ୍ରଣାଳୟର ମହାସାଗରୀୟ ସେବା, ପ୍ରଯୁକ୍ତି, ଅନୁଧ୍ୟାନ, ସମ୍ବଳ ପ୍ରତିରୋପଣ ଏବଂ ବିଜ୍ଞାନ (ଓ-ସ୍ମାର୍ଟ)’କୁ ଅନୁମୋଦନ କରିଛନ୍ତି । ମୋଟ ୧୬୨୩ କୋଟି ଟଙ୍କା ବ୍ୟୟରେ ଏହି ଯୋଜନା ୨୦୧୭-୧୮ ଠାରୁ ୨୦୧୯-୨୦ ଅବଧି କାଳରେ ଲାଗୁ ହେବ । ଏହି ଯୋଜନାରେ ମହାସାଗର ବିକାଶ ସହ ଜଡ଼ିତ ୧୬ଟି ଉପ ପ୍ରକଳ୍ପ ଯଥା- ସେବା, ପ୍ରଯୁକ୍ତି, ସମ୍ବଳ, ଅନୁଧ୍ୟାନ ଏବଂ ବିଜ୍ଞାନକୁ ସାମିଲ କରାଯାଇଛି ।

ପ୍ରଭାବ : ଓ-ସ୍ମାର୍ଟ ଅନ୍ତର୍ଗତ ଦିଆଯାଉଥିବା ସେବାଗୁଡ଼ିକ ଦ୍ୱାରା ଉପକୂଳ ଏବଂ ମହାସାଗରୀୟ କ୍ଷେତ୍ରର ଅନେକଗୁଡ଼ିକ କ୍ଷେତ୍ର ଯେପରିକି- ମାଛ ଚାଷ, ସମୁଦ୍ର ଉପକୂଳ ଉଦ୍ୟୋଗ, ଉପକୂଳ ରାଜ୍ୟ, ପ୍ରତିରକ୍ଷା, ନୌପରିବହନ, ବନ୍ଦର ଆଦିଗୁଡ଼ିକୁ ଆର୍ଥିକ ଲାଭ ମିଳିପାରିବ । ବର୍ତ୍ତମାନ ୫ ଲକ୍ଷ ମତ୍ସ୍ୟଜୀବୀଙ୍କୁ ମୋବାଇଲ ଜରିଆରେ ଦୈନିକ ସୂଚନା ମିଳିପାରୁଛି । ଏଥିରେ ମାଛ ମିଳିବାର ସମ୍ଭାବନା ଏବଂ ସମୁଦ୍ର ଉପକୂଳରେ ସ୍ଥାନୀୟ ପାଣିପାଗର ସ୍ଥିତିର ସୂଚନା ସାମିଲ ରହିଛି । ଏହାଦ୍ୱାରା ମତ୍ସ୍ୟଜୀବୀମାନଙ୍କ ସନ୍ଧାନ ସମୟ ସଂଚୟ ହେବା ସହ ଇନ୍ଧନ ମଧ୍ୟ ସଂଚୟ ହୋଇପାରୁଛି ।

ଓ-ସ୍ମାର୍ଟ କାର୍ଯ୍ୟକାରୀ ହେବା ଦ୍ୱାରା ନିରନ୍ତର ବିକାଶ ଲକ୍ଷ୍ୟ-୧୪ ସହ ଜଡ଼ିତ ପ୍ରସଙ୍ଗର ସମାଧାନରେ ସହାୟତା ମିଳିବ, ଯାହାର ଉଦ୍ଦେଶ୍ୟ ମହାସାଗରର ଉପଯୋଗ, ନିରନ୍ତର ବିକାଶ ପାଇଁ ସାମୁଦ୍ରିକ ସମ୍ବଳର ସଂରକ୍ଷଣ କରିବା ଅଟେ । ଏହି ଯୋଜନା (ଓ-ସ୍ମାର୍ଟ) ନୀଳ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ବୈଜ୍ଞାନିକ ଏବଂ ବୈଷୟିକ ପୃଷ୍ଠଭୂମି ପ୍ରଦାନ କରିବ ।

ଓ-ସ୍ମାର୍ଟ ଯୋଜନା ଅନ୍ତର୍ଗତ ପ୍ରତିଷ୍ଠିତ ଆଧୁନିକ ଆଗୁଆ ସତର୍କତା ବ୍ୟବସ୍ଥା, ସୁନାମୀ, ଘୂର୍ଣ୍ଣିଝଡ଼ ଭଳି ସାମୁଦ୍ରିକ ବିପତିର ପ୍ରଭାବୀ ମୁକାବିଲା କରିବାରେ ସହାୟତା ମିଳିପାରିବ ।

ଏହି ଯୋଜନା ଅନ୍ତର୍ଗତ ବିକଶିତ ପ୍ରଯୁକ୍ତି ଭାରତର ଆଖପାଖର ସମୁଦ୍ରରୁ ବିଶାଳ ସମୁଦ୍ର ସଜୀବ ଏବଂ ନିର୍ଜୀବ ସମ୍ବଳକୁ ଉପଯୋଗ କରିବାରେ ସହାୟତା ମିଳିପାରିବ ।

ବିବରଣୀ

ମହାସାଗରୀୟ କ୍ଷେତ୍ରରେ ଜାତୀୟ ସ୍ୱାର୍ଥ ଏବଂ ଅନ୍ତର୍ଜାତୀୟ ଉତ୍ତରଦାୟିତ୍ୱ ବିଶିଷ୍ଟ ବହୁ ପ୍ରାସଙ୍ଗିକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାର ମହତ୍ୱକୁ ଚିହ୍ନଟ କରି ମନ୍ତ୍ରଣାଳୟ ବ୍ୟାପକ ଯୋଜନା (ଓ-ସ୍ମାର୍ଟ)ର ଏକ ଅଂଶବିଶେଷ ସ୍ୱରୂପ ବର୍ତ୍ତମାନର ଯୋଜନାକୁ କେନ୍ଦ୍ରରେ ରଖି ସ୍ୱତନ୍ତ୍ର ଭାବେ ଯୋଜନା ଜାରି କରିବା ଲାଗି ପ୍ରସ୍ତାବ ରଖିଛନ୍ତି । ଭବିଷ୍ୟତର ଚାହିଦାକୁ ପୂରଣ କରିବା ଲାଗି ଭୂମିଗତ ସ୍ତରରେ ବର୍ତ୍ତମାନ ପର୍ଯ୍ୟାପ୍ତ ସମ୍ବଳ ନଥିବାରୁ, ଭାରତ ମଧ୍ୟ ନିରନ୍ତର ଢଙ୍ଗରେ ବିଶାଳ ମହାସାଗରୀୟ ସମ୍ବଳର ଉପଯୋଗୀ ଏବଂ ପ୍ରଭାବଶୀଳ ଉପଯୋଗ ଲାଗି ନୀଳ ଅର୍ଥବ୍ୟବସ୍ଥା ପ୍ରତି ଧ୍ୟାନ ଦେଉଛି । ଏଥିପାଇଁ ମହାସାଗର ବିଜ୍ଞାନ ବିଷୟରେ ସୂଚନା, ପ୍ରଯୁକ୍ତିର ବିକାଶ ଏବଂ ସେବା ପ୍ରଦାନ କରିବାର ଆବଶ୍ୟକତା ରହିବ । ଏଥିସହିତ ଦୀର୍ଘକାଳୀନ ବିକାଶ ଲାଗି ମହାସାଗରୀୟ, ସାମୁଦ୍ରିକ, ଏବଂ ସାମୁଦ୍ରିକ ସମ୍ବଳର ସଂରକ୍ଷଣ ଏବଂ ଏହାର ସ୍ଥାୟୀ ଉପଯୋଗ ନିମନ୍ତେ ମିଳିତ ଜାତିସଂଘ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ସନ୍ଦର୍ଭରେ ଉପକୂଳବର୍ତ୍ତୀ ଗବେଷଣା ଏବଂ ସାମୁଦ୍ରିକ ଜୈବ ବିବିଧତା ବିଶିଷ୍ଟ ଗତିବିଧି ଜାରି ରଖିବା ଜରୁରୀ ଅଟେ । ଏହାକୁ ଓ-ସ୍ମାର୍ଟ ଯୋଜନା ଅଧୀନରେ ସାମିଲ କରାଯାଇଛି । ଯୋଜନାର ଅନ୍ତର୍ଗତ ଦିଆଯାଉଥିବା ଏବଂ ବିକଶିତ ମହାସାଗରୀୟ ପରାମର୍ଶ ସେବା ଏବଂ ପ୍ରଯୁକ୍ତି ଡଜନରୁ ଉର୍ଦ୍ଧ୍ଵ କ୍ଷେତ୍ରରେ ବିକାଶ ଗତିବିଧି, ଭାରତର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ସହିତ ସମୁଦ୍ର ତଟର ପରିବେଶର କାମ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହିତ ଜିଡିପିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି । ଏହାବ୍ୟତୀତ ମହାସାଗରୀୟ ବିପର୍ଯ୍ୟୟ ଯେପରିକି ସୁନାମୀ, ଘୂର୍ଣ୍ଣଝଡ଼ ଆଦି ଲାଗି ପ୍ରତିଷ୍ଠିତ ଆଧୁନିକ ଆଗୁଆ ସତର୍କତା ବ୍ୟବସ୍ଥା ମଧ୍ୟ ଭାରତ ଏବଂ ଭାରତ ମହାସାଗରୀୟ ଦେଶଗୁଡ଼ିକୁ 24 ଘଣ୍ଟା ସେବା ପ୍ରଦାନ କରୁଛି, ଯାହାକୁ ୟୁନେସ୍କୋ ଦ୍ୱାରା ମାନ୍ୟତା ମିଳିଛି ।

ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଚାର କରାଯିବାକୁ ଥିବା କ୍ଷେତ୍ର ମଧ୍ୟରେ ରହିଛି-(୧) ମହାସାଗରୀୟ ଅନୁଧ୍ୟାନ ଏବଂ ମୋଡେଲିଙ୍ଗରେ ବୃଦ୍ଧି (୨) ମତ୍ସ୍ୟଜୀବୀମାନଙ୍କ ପାଇଁ ମହାସାଗରୀୟ ସେବାରେ ବୃଦ୍ଧି (୩) ୨୦୧୮ରେ ସମୁଦ୍ର ଉପକୂଳ ପ୍ରଦୂଷଣର ଅନୁଧ୍ୟାନ ଲାଗି ସମୁଦ୍ର ଉପକୂଳରେ  ଗବେଷଣାଗାର ପ୍ରତିଷ୍ଠା (୪) କାଭାରାତୀରେ ମହାସାଗର ତାପଜ ଶକ୍ତି ପରିବର୍ତ୍ତନ ପ୍ଳାଣ୍ଟ (ଓଟିଇସି)ର ପ୍ରତିଷ୍ଠା(୫) ଉପକୂଳ ଗବେଷଣା ଲାଗି ଦୁଇଟି ଉପକୂଳ ଗବେଷଣା ଜାହାଜର ଅଧିଗ୍ରହଣ (୬) ମହାସାଗରୀୟ ସର୍ବେକ୍ଷଣ ଜାରି ରଖିବା ଏବଂ ଖଣିଜ ତଥା ସଜୀବ ସମ୍ପଦର ଅନ୍ୱେଷଣ(୭) ଗଭୀର ସମୁଦ୍ରରେ ଖନନ ପ୍ରଣାଳୀ ନିମନ୍ତେ ପ୍ରଯୁକ୍ତି ବିକଶିତ କରିବା(୮) ମାନବଚାଳିତ ବୁଡ଼ାଜାହାଜ ଏବଂ (୯) ଲାକ୍ଷାଦ୍ୱୀପରେ ୬ଟି ଲବଣ ଅପସାରଣ ପ୍ଳାଣ୍ଟ ପ୍ରତିଷ୍ଠା କରିବା ।

Leave A Reply