ରାଜ୍ୟରେ ଏଣିକି ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଘରେ ପ୍ରିପେଡ ସ୍ମାର୍ଟ ମିଟର- ଟଙ୍କା ସରିଲେ ଇଲେକ୍ଟ୍ରିକ୍‌ ବନ୍ଦ

0 122

ରାଜ୍ୟରେ ଏଣିକି ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଘରେ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ । ସିମକାର୍ଡ ଜରିଆରେ ଜଣେ ଯେତିକି ଦେୟ ପ୍ରଦାନ କରିବେ, ସେତିକି ବିଦ୍ୟୁତ୍‌ ବ୍ୟବହାର କରିବେ । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଟାଟା ପାୱାର, ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ବିଦ୍ୟୁତ୍‍ ସେବାରେ କେତୋଟି ଦିଗ ଉପରେ ଆଲୋଚନା କରାଯାଇଛି ।

ଯେଉଁ ଅଂଚଳରେ ଠିକ୍‌ ଭାବେ ବିଦ୍ୟୁତ୍‌ ଯୋଗାଣ ହୋଇପାରିନି, ସେଠି କିଭଳି ତାହାର ଉପଯୁକ୍ତ ବ୍ୟବସ୍ଥା ହେବ, ସେନେଇ ଆଲୋଚନା ହୋଇଛି । ଏଣିକି ସ୍ୱୟଂ ସହାୟକ ଗୋଷ୍ଠୀ ଘରକୁ ଘର ଯାଇ ବିଲ ଆଦାୟ କରିବେ । ଯେଉଁ ଘରକୁ ବିଦ୍ୟୁତ୍‍ ସଂଯୋଗ ଦିଆଯାଇନି, ତୁରନ୍ତ ଦିଆଯିବ । ପାୱାର କଟ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଆବଶ୍ୟକ । ଟେକ୍ନିକାଲ ହେଉ ଅବା ନନ୍‌ ଟେକ୍ନିକାଲ କର୍ମଚାରୀ ଆଉଟସୋର୍ସ ଭାବେ କାମ କରୁଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମଜୁରି ଦରରେ ଦରମା ପାଇବେ । ଠିକଣା ସମୟରେ ବିଲ ଆଦାୟ ପାଇଁ, ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ ଦେବା ପାଇଁ କୁହାଯାଇଛି ।

Leave A Reply