ଭାରତରେ ଫ୍ଲିପ୍କାର୍ଟ ଏବଂ ନୋକିଆ ଡଟ୍ କମ୍/ଫୋନ୍ସରେ ନୋକିଆ ୫.୪ର ବିକ୍ରି ଆରମ୍ଭ
• କ୍ରିଏଟରଙ୍କ ପାଇଁ ନୋକିଆ ୫.୪, ଏହାର ୪୮ ମେଗାପିକ୍ସେଲ୍ କ୍ୱାଡ୍ କ୍ୟାମେରା ଯାହା ସଟର୍ ଲ୍ୟାଗ୍କୁ ସମ୍ପୂର୍ଣ୍ଣ ଦୂର କରିବ, ଉନ୍ନତ ରେକର୍ଡିଂ ଦକ୍ଷତା ସହିତ ପେସାଦାର କଲର ଗ୍ରେଡିଂ ଯାହା ଘର ଭିଡିଓ ଏବଂ ୱାକ୍ର୍ ଭିଡିଓକୁ ସିନେମା ଭଳି ଅନୁଭୁତି ପ୍ରଦାନ କରିବ ଓ ଓଜୋ ସ୍ପାଟିଆଲ୍ ଅଡିଓ ପ୍ରଦାନ କରିବ
• ଦୀର୍ଘସ୍ଥାୟୀ ଓ ସୁରକ୍ଷିତ ପାଇଁ ଗଠନ ହୋଇଥିବା ସହ ଏହା ଦୁଇ ବର୍ଷର ସଫ୍ଟଓୟାର ଅପ୍ଗ୍ରେଡ୍ ଓ ତିନି ବର୍ଷର ମାସିକ ସିକ୍ୟୁରିଟି ଅପ୍ଡେଟ୍ ପ୍ରତିଶ୍ରୁତି ଦେଉଛି ଯାହା ମାନସିକ ଶାନ୍ତି ଆଣିଦେବ
• ସଦ୍ୟତମ ଏଆଇ ପ୍ରଯୁକ୍ତି ସହିତ କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ ୬୬୨ ମୋବାଇଲ୍ ପ୍ଲାଟଫର୍ମ ଏହାର ଶକ୍ତିକୁ ବଢ଼ାଇ ଅଧିକ ବେଗ, ଲମ୍ବା ବ୍ୟାଟେରି ଜୀବନ, ଉନ୍ନତ ଇମେଜିଂ ଏବଂ ବର୍ଦ୍ଧିତ ପ୍ରଦର୍ଶନ ପ୍ରଦାନ କରିବ
ଭୁୁବନେଶ୍ୱର: ନୋକିଆ ଫୋନ୍ର ଘର କୁହାଯାଉଥିବା ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ଭାରତରେ ଫ୍ଲିପ୍କାର୍ଟ ଓ ନୋକିଆ ଡଟ୍ କମ୍/ଫୋନସ୍ରେ ନୋକିଆ ୫.୪ ପୋଲାର୍ ନାଇଟ୍ ଓ ଡସ୍କ ରଙ୍ଗ ବିକଳ୍ପରେ ୪ଜିବି/୬୪ ଜିବି ଓ ୬ଜିବି/୬୪ଜିବି ରାମ୍/ରୋମ୍ ଭାରିଆଂଟ୍ରେ ଶ୍ରେଷ୍ଠ ପ୍ରସ୍ତାବିତ ମୂଲ୍ୟ ଯଥାକ୍ରମେ ୧୩,୯୯୯ ଟଙ୍କା ଓ ୧୫,୪୯୯ ଟଙ୍କାରେ ଉପଲବ୍ଧ ହୋଇଥିବା ବିଷୟରେ ଘୋଷଣା କରାଯାଇଛି ।
ପୁନଶ୍ଚ, ଜିଓରେ ଥିବା ନୋକିଆ ୫.୪ର ଗ୍ରାହକମାନେ ୪୦୦୦ ଟଙ୍କା ମୂଲ୍ୟର ଲାଭ ପାଇପାରିବେ । ଏହି ସୁବିଧା ଭିତରେ ସାମିଲ ରହିଛି ୩୪୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ ରିଚାର୍ଜ ଉପରେ ୨୦୦୦ ଟଙ୍କାର ତକ୍ରାଳ କ୍ୟାସ୍ବ୍ୟାକ୍ ଓ ସହଯୋଗୀଙ୍କ ଠାରୁ ୨୦୦୦ ଟଙ୍କା ମୂଲ୍ୟର ଭାଉଚର୍ । ଏହି ଅଫର୍ ଜିଓର ଉଭୟ ପୁରୁଣା ଓ ନୂଆ ଗ୍ରାହକଙ୍କ ପାଇଁ ଲାଗୁ ହେବ ।
କ୍ରିଏଟରମାନଙ୍କ ପାଇଁ
ନୋକିଆ ୫.୪ ଏହି ସ୍ତରରେ ଯାହା ସମ୍ଭବ ତାହାର ପରିସୀମାକୁ ବଢ଼ାଇଛି-ଏଥିରେ ଥିବା ଏକ ୪୮ ଏମ୍ପି କ୍ୱାଡ୍ କ୍ୟାମେରା ସହିତ ଉନ୍ନତ ରେକର୍ଡିଂ ଦକ୍ଷତା ଓ ସିନେମା ଭଳି ଇଫେକ୍ଟ, ଦୁଇ ଦିନର ଲମ୍ବା ବ୍ୟାଟେରି ଜୀବନ ଏବଂ କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ ୬୬୨ ମୋବାଇଲ୍ ପ୍ଲାଟଫର୍ମର ସହାୟତା ସହ ଏହା ଅର୍ଥର ଅତି ଚମକ୍ରାର ମୂଲ୍ୟ ପ୍ରଦାନ କରିବ ।
ଆଧୁନିକ କିଏଟରମାନଙ୍କ ପାଇଁ ଡିଜାଇନ୍ ଓ ତିଆରି ହୋଇଥିବା ନୂଆ ନୋକିଆ ୫.୪ ହେଉଛି ନୁତନ ଫଟୋଗ୍ରାଫର୍ମାନଙ୍କ ପାଇଁ ଏକ ଉପଯୁକ୍ତ ସହଯୋଗୀ ଯେଉଁମାନେ ନିରବଚ୍ଛିନ୍ନ ସିନେମା ଅନୁଭୂତି ଚାହୁଛନ୍ତି । ୪୮ ଏମ୍ପି କ୍ୱାଡ୍ କ୍ୟାମେରା ଓ ୧୬ ଏମ୍ପି ସାମ୍ନା କ୍ୟାମେରା, ଓଜୋ ସ୍ପାଟିଆଲ୍ ଅଡିଓ ସହ ନୋକିଆ ୫.୪ରେ ଏକ ସ୍ୱତନ୍ତ୍ର “ସିନେମା’ ସୁବିଧା ରହିଛି ଯାହା ୨୪ଏଫ୍ପିଏସ୍ (ସିନେମା ଶିଳ୍ପର ମାନ) ତୋଳିପାରିବ ଏବଂ ବ୍ୟବହାରକାରୀମାନେ ୨୧:୯ ସିନେମାଟିକ୍ ଫର୍ମାଟ୍ରେ ସୁଟିଂ କରିପାରିବେ । ସିଗ୍ନେଚର୍ କ୍ୱାଡ୍ କ୍ୟାମେରା ସଟର୍ ଲ୍ୟାଗ୍କୁ ସମ୍ପୂର୍ଣ୍ଣ ରୂପେ ଦୂର କରିବ ଯାହାର ଅର୍ଥ ହେଉଛି ଆପଣ ଗୋଟିଏ ବି ମୁହୂର୍ତ ହାତଛଡ଼ା କରିବେ ନାହିଁ-ଆପଣ ନିଜର ଅଭିଳାଷର ପ୍ରକଳ୍ପରେ କିଂବା ମୂଲ୍ୟବାନ୍ ପରିବାର ମୁହୂର୍ତକୁ ତୋଳିବା କାର୍ଯ୍ୟ କରୁଥାଆନ୍ତୁ ନା କାହିଁକି ।
ସମସ୍ତ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ ପାଇଁ ନୋକିଆ ୫.୪ ଏକ ଦ୍ରୁତ ଓ ସହଜ ଅନୁଭୂତିର ପ୍ରତିଶ୍ରୁତି ଦେଉଛି । ବାସ୍ତବରେ ୪୨ କମ୍ୟୁଟ୍ (ମିନ୍ ବିଶ୍ୱ କମ୍ୟୁଟ ହେଉଛି ୬୨ ମିନିଟ୍) ଜରିଆରେ ଆପଣଙ୍କୁ ଯଥେଷ୍ଟ ପରିମାଣର ଶକ୍ତି ପ୍ରଦାନ କରିବ ଏବଂ ଏହା ସତ୍ୱେ ନିଜର ପିଲା ଏବଂ ଆପଣଙ୍କ ଇ-ମେଲ୍ ଯାଂଚ କରିବା ଲାଗି ବ୍ୟାଟେରି ବଂଚିରହିବ ।
ସଦ୍ୟତମ ସିକ୍ୟୁରିଟି ପ୍ୟାଚ୍ ଅପ୍ଡେଟ୍ ଓ ଆଣ୍ଡ୍ରଏଡ୍ ଅପ୍ଡେଟ୍ ପ୍ରଦାନ କରିବାର ପ୍ରତିଶ୍ରୁତି ସହିିତ ନୋକିଆ ସ୍ମାର୍ଟଫୋନ୍ଗୁଡ଼ିକୁ ଭିତରୁ ଓ ବାହାରୁ ସୁନ୍ଦର ଭାବେ ଡିଜାଇନ୍ କରାଯାଇଛି । ତିନି ବର୍ଷର ମାସିକ ସିକ୍ୟୁରିଟି ଅପ୍ଡେଟ୍ ସୁବିଧା ସହିତ ଲୋକମାନେ ମାନସିକ ଶାନ୍ତି ପାଇପାରିବେ । ୨୦୨୦ ବ୍ରାଣ୍ଡ୍ ଟ୍ରଷ୍ଟ୍ ର୍ୟାଙ୍କିଙ୍ଗ୍ରେ ନୋକିଆ ସ୍ମାର୍ଟଫୋନ୍ଗୁଡ଼ିକ ଏକ ନମ୍ବରରେ ରହିଛି ଓ ଅଧିକ ସୁଲଭ ଡିଭାଇସ୍ ଅପଗ୍ରେଡ୍ କରିବା ଲାଗି ଶିଳ୍ପର ମାନଦଣ୍ଡରେ ଉନ୍ନତି ଆଣୁଛି ।
ସୁମିତ ସିଂହ କୋଚ୍ଛର, ଉପସଭାପତି, ଏଚ୍ଏମ୍ଡି ଗ୍ଲୋବାଲ୍ କହିଛନ୍ତି ଯେ,
“ବ୍ୟସ୍ତବହୁଳ ଆଧୁନିକ ଜୀବନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୋକିଆ ୫.୪କୁ ଆମେ ଗଠନ କରିଛୁ ଯାହା ଭିଡିଓ ଓ ଫଟୋ ଜରିଆରେ ପ୍ରତିଦିନର ମୁୁହୂର୍ତକୁ ତୋଳି ଧରିବାର ସୁଯୋଗ ଉପସ୍ଥାପନ କରୁଛି । ତେଣୁ ଆମେ ଆକର୍ଷଣୀୟ ୪୮ ଏମ୍ପି କ୍ୟାମେରା ଓ ସିନେମା ଦକ୍ଷତା ସହିତ ଓଜୋ ସ୍ପାଟିଆଲ୍ ଅଡିଓର ମିଶ୍ରଣ କରିଛୁ । କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ ୬୬୨ ମୋବାଇଲ୍ ପ୍ଲାଟଫର୍ମର ଭରସା ସହିତ ଦୁଇ ଦିନର ବ୍ୟାଟେରି ଜୀବନ, ତିନି ବର୍ଷର ସୁରକ୍ଷା ଅପ୍ଡେଟ୍ ଏବଂ ଦୁଇଟି ସଫ୍ଟଓୟାର୍ ଅପ୍ଡେଟ୍ ସହ ଆମେ ନିଶ୍ଚିତ ଯେ ନୋକିଆ ୫.୪ ଆଧୁନିକ ଭାରତୀୟଙ୍କ ଏକ ଉପଯୁକ୍ତ ସାଥୀ ହୋଇପାରିବ ।’’
ଆଦିତ୍ୟ ସୋନି, ବରିଷ୍ଠ ନିର୍ଦେଶକ, ମୋବାଇଲ୍, ଫ୍ଲିପ୍କାର୍ଟ କହିଛନ୍ତି ଯେ,
“ସାରା ଭାରତର ଗ୍ରାହକମାନଙ୍କ ପାଇଁ ନୂଆ ନୋକିଆ ୫.୪ ଆଣି ଦେଇଥିବାରୁ ଆମେ ରୋମାଂଚିତ । ଫଟୋ ଓ ଭିଡିଓ ଦକ୍ଷତା ପାଇଁ ଉଚ୍ଚ ମାନର କ୍ୟାମେରା ଓ ଓଜୋ ସ୍ପାଟିଆଲ୍ ଅଡିଓ ସୁବିଧା ଥିବାରୁ ଉଭୟ ବ୍ୟକ୍ତିଗତ ଓ ପେସାଦାର ଆବଶ୍ୟକତା ପାଇଁ ଏହି ସ୍ମାର୍ଟଫୋନ୍ ଏକ ଶ୍ରେଷ୍ଠ ପସନ୍ଦ । ଆମେ ଗ୍ରାହକଙ୍କୁ ପ୍ରାଥମିକତା ଦେବା ଜାରି ରଖିଛୁ ଏବଂ ନୋକିଆ ୫.୪ ଉନ୍ମୋଚନ ସହିତ ଆମେ ଆମର ମଧ୍ୟମ ପ୍ରିମିୟମ୍ ପୋଟ୍ର୍ଫୋଲିଓକୁ ଦୃଢ଼ କରିଛୁ ଯାହା ଅନେକ ପ୍ରକାର ଉଦୀୟମାନ ଆବଶ୍ୟକତାକୁ ପୂରଣ କରିବ ।’’
ଆପଣଙ୍କ ନୋକିଆ ୫.୪ରେ ରହିଛି
• ୪୦୦୦ ଏମ୍ଏଏଚ୍ ବ୍ୟାଟେରି-୪୨ କମ୍ୟୁଟ୍ର ପରିଚାଳନା ପାଇଁ ଯଥେଷ୍ଟ ଶକ୍ତି (ମିନ୍ ବିଶ୍ୱ ୬୭ ମିନିଟ୍ରେ ପରିକ୍ରମା କରେ) ସହିତ ଆପଣଙ୍କ ଶିଶୁ ସହିତ ସମୟ ବିତାଇବାର ଶକ୍ତି ରହିବ
• ୩ ବର୍ଷ ପାଇଁ ମାସିକ ସିକ୍ୟୁରିଟି ଅପ୍ଡେଟ୍-ଏକ ଶିଶୁ ଚାଲିବା, କହିବା, କଥା କହି ଶିଖିବା ଏବଂ ନିଜର କାହାଣୀ କହିବା ଲାଗି ଦରକାର ହେଉଥିବା ସମୟ
• ଶକ୍ତ ପଲିକାର୍ବୋନେଟ୍ ବଡି-ଏକ ୧୦ ବର୍ଷ ପିଲାର ଓଜନକୁ ସମ୍ଭାଳିପାରିବା ଭଳି ଯଥେଷ୍ଟ ଶକ୍ତ (ହାରାହାରି ବିଶ୍ୱ ଓଜନ ୭୦.୫ ଏଲ୍ବି)
• ୪୮ ଏମ୍ପି କ୍ୟାମେରା-ପ୍ରଥମ ନୋକିଆ କ୍ୟାମେରା ଫୋନ୍ (ନୋକିଆ ୭୬୫୦) ତୁଳନାରେ ୧୬୦ ଗୁଣା ଅଧିକ ବିବରଣୀଯୁକ୍ତ ଫଟୋ ତୋଳିଧରିବ
• ଶୂନ ସଟର ଲ୍ୟାଗ୍-ଆପଣଙ୍କ ଶିଶୁର ପ୍ରଥମ କାର୍ଟହ୍ୱିଲ୍କୁ କ୍ୟାମେରାରେ ତୋଳି ଧରିବାର ୧୦୦ଧ ସୁଯୋଗ
• ୬୦ ଏଫ୍ପିଏସ୍-ସିନେମା ଶିଳ୍ପ କ୍ୟାମେରାର ସାଧାରଣ ମାନ ୨୪ ଏଫ୍ପିଏସ୍ ଠାରୁ ପ୍ରାୟ ତିନି ଗୁଣା ଅଧିକ ସହଜରେ ଆକ୍ସନ୍କୁ ତୋଳି ଧରିବ
ବିଚକ୍ଷଣଙ୍କ ଭଳି ମୁହୂର୍ତକୁ ତୋଳି ଧରନ୍ତୁ
୪୮ ଏମ୍ପି କ୍ୱାଡ୍ କ୍ୟାମେରା ଓ ୧୬ ଏମ୍ପି ସାମ୍ନା କ୍ୟାମେରାର ଶକ୍ତିଶାଳୀ ମିଶ୍ରଣ ଆପଣଙ୍କୁ ଆକର୍ଷଣୀୟ ଫଟୋ ଓ ଭିଡିଓ ନେବାରେ ସହାୟକ ହେବ । ଯେକୌଣସି ସମୟରେ ଯେକୌଣସି ସ୍ଥାନରେ-ଆଲୋକତି, ଅନ୍ଧାର ଘରେ କିମ୍ବା ଯାତ୍ରା କରୁଥିବା ସମୟରେ ଏହା ସମ୍ପୂର୍ଣ୍ଣ ମୁହୂର୍ତକୁ ତୋଳି ଧରିବ । ମୁଖ୍ୟ କ୍ୟାମେରାର ଅଲ୍ଟ୍ରା-ୱାଇଡ୍ ଲେନ୍ସ ସମ୍ପ୍ରସାରିତ ଦୃଶ୍ୟପଟ୍ଟ ଛବି ତୋଳି ଧରିବ ଏବଂ ଗଭୀର ଓ ମାକ୍ରୋ କ୍ୟାମେରା ପୋଟ୍ରେଟ୍ ଓ କ୍ଲୋଜ୍ଅପ୍ ସଟ୍ ସଠିକ୍ ନେଇପାରିବ । ନୋକିଆ ୫.୪ ସଟର ଲ୍ୟାଗ୍କୁ ଶୂନ ପର୍ଯ୍ୟନ୍ତ ହ୍ରାସ କରିବ ଫଳରେ ଯାତ୍ରା କରିବା ସମୟରେ ଗତିଶିଳ ଅବସ୍ଥାରେ ଅନନ୍ୟ ସଟ୍ ତୋଳିଧରିବା ସମ୍ଭବପର ହେବ ।
ସିନେମା ମୋଡ୍ରେ ଭିଡିଓକୁ ୨୪ ଏଫ୍ପିଏସ୍ (ସିନେମା ଶିଳ୍ପର ମାନ) ଏବଂ ୨୧:୯ ସିନେମାଟିକ୍ ଫର୍ମାଟ୍ରେ ଅନୁସାରେ ଭିିଡିଓ ସୁଟିଂ ପାଇଁ ବ୍ୟବହାର କରିହେବ । ସହଜ ଚଳମାନ ସଟ୍ ପାଇବା ଲାଗି ଆପଣମାନେ ସହଜରେ ୬୦ ଏଫ୍ପିଏସ୍ ରେକର୍ଡିଂ ବ୍ୟବହାର କରିପାରିବେ ଯାହା ସିନେମା ଶିଳ୍ପ ମାନର ପ୍ରାୟ ତିନି ଗୁଣା । ଆପଣ ନିଜ ଶିଶୁର ନୂଆ ସ୍କେଟ୍ବୋଟ ଚତୁରତା କିମ୍ବା ଆପଣଙ୍କ କୁକୁରର ଦକ୍ଷତାକୁ ତୋଳି ଧରିବାକୁ ଚାହାନ୍ତି ତ ଏହାର ଉଚ୍ଚ ଫ୍ରେମ୍ ପ୍ରତିଟି ଚଳମାନ ସ୍ଥିତିକୁ ତୋଳି ଧରିବ । ଛବି ସ୍ଥିରତା ସହିତ ଓଜୋ ସ୍ପାଟିଆଲ୍ ଅଡିଓ ଓ ଭିଡିଓର କବନ ସ୍ୱର କ୍ୟାନ୍ସଲେସନ୍ ସୁବିଧା ସହିତ ନୋକିଆ ୫.୪ ହେଉଛି ନିତିଦିନିଆ ବ୍ୟସ୍ତବହୁଳତା ପାଇଁ ବେଶ ଉପଯୋଗୀ ।
କ୍ୱାଲକମ୍ ସହିତ ଏଆଇ ଉପରେ ନିର୍ଭର କରନ୍ତୁ
କାମ, ଗେମିଂ, ଷ୍ଠ୍ରିମିଂ, ସ୍ନାପିଂ ହେଉ କିମ୍ବା ଆପଣଙ୍କ ଶିଶୁର ମନୋରଂଜନ କରିବା ହେଉ, କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୬୬୨ର ଶକ୍ତି ଥିବା ନୋକିଆ ୫.୪ ଏହାର ଶକ୍ତିକୁ ବଢ଼ାଇ ଅଧିକ ବେଗ, ଲମ୍ବା ବ୍ୟାଟେରି ଜୀବନ, ଉତମ ଇମେଜିଂ ଓ ବର୍ଦ୍ଧିତ ପ୍ରଦର୍ଶନ ପ୍ରଦାନ କରିବ । ସଦ୍ୟତମ ଏଆଇ ପ୍ରଯୁକ୍ତିରେ ଆହୁରି ଉନ୍ନତ ହେବା ସହ ସଫ୍ଟଓୟାର୍ ଯୋଗୁଁ ପ୍ରଚ୍ଛଦରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇହେବ ଯାହା ଦୈନନ୍ଦୀନରେ ଆପଣଙ୍କ ପାଇଁ ସହାୟକ ହେବ ।
ଷ୍ଟାଇଲିସ, ଆକର୍ଷଣୀୟ ଓ ଦୃଢ଼
ଇମରସିଭ୍ ୬.୩୯ ଇଂଚ (୧୬:୨୩ ସେମି) ଏଚଡିତ୍କ ପଂଚ ହୋଲ୍ ଡିସ୍ପ୍ଲେ ପକେଟ୍ରେ ଠିକ୍ ଭାବେ ରହିବା ଏବଂ ହାତରେ ଧରିବା ସହଜ ହୋଇଥିବା ବେଳେ ଉପଭୋଗ କରିବା ଲାଗି ଅଧିକ ସ୍କ୍ରିନ୍ ପ୍ରଦାନ କରିବ । ଏହାର ଉକ୍ରୃଷ୍ଟ ଗଠନ ଶୈଳୀ ଯୋଗୁଁ ନୋକିଆ ୫.୪ ଭିତର ଭଳି ବାହାରେ ମଧ୍ୟ ଭଲ । ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବା ଏବଂ ଜଣେ ୧୦ ବର୍ଷର ଶିଶୁର ଓଜନ ସମ୍ଭାଳି ପାରିବା ଭଳି ସୁଦୃଢ଼ ଭାବେ ଗଠନ କରିବା ଲାଗି ନୋକିଆ ଫୋନ୍ଗୁଡ଼ିକୁ କଠୋର ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥାଏ । ପଛ ପାଶ୍ୱର୍ରେ ଦୀର୍ଘସ୍ଥାୟୀ କଭର, ଆଖିଦୃଶିଆ ଡିଜାଇନ୍ ହେଉଛି ନୋକିଆର ନର୍ଡିକ୍ ଐତିହ୍ୟ ପ୍ରତି ସ୍ୱୀକୃତି । ଆକର୍ଷଣୀୟ ଜୀବନ୍ତ ରଙ୍ଗ (ପୋଲାର ନାଇଟ୍ ଓ ଡସ୍କ)ରେ ଉପଲବ୍ଧ ନୋକିଆ ୫.୪ ଆପଣଙ୍କୁ ଉତମ ଲୁକ୍ ପ୍ରଦାନ କରିବ ଯାହା ଠାରୁ ଦୂରେଇ ରହିବା କଷ୍ଟକର । ଶୀତ ରାତିର ଆକାଶ ଠାରୁ ଉଦୀୟମାନ ହୋଇ ଆପଣ ଆଗକୁ ବଢ଼ିବା ବେଳେ ଏହାର ସେଡ୍ ବଦଳିବ ।
ଦିନ ସାରା ପାଇଁ ଶକ୍ତି ସହ ସୁରକ୍ଷିତ ଓ ଅପ୍ ଟୁ ଡେଟ୍ ରହିବ
ଦୁଇ ଦିନର ବ୍ୟାଟେରି ଜୀବନ ସହ ନୋକିଆ ୫.୪ ହେଉଛି ଆପଣଙ୍କ ଦ୍ରୁତ, ଚଳଚଂଳଚ ଜୀବନ ଏବଂ ଜୀବନଶୈଳୀ ପାଇଁ ବିଶ୍ୱାସନୀୟ ସାତୀ । ଏଆଇ ସହାୟତା ବିଶିଷ୍ଟ ଆଡାପ୍ଟିଭ୍ ବ୍ୟାଟେରି ପ୍ରଯୁକ୍ତି ଆପଣଙ୍କୁ ବ୍ୟବହାର ପାଇଁ ସ୍ମାର୍ଟର ଆପ୍ପ୍ରଦାନ କରିବ ଏବଂ ଆପଣଙ୍କୁ ଫରକ ପକାଉଥିବା ଜିନିଷ ପ୍ରତି ଅଧିକ ଶକ୍ତିଦେବ ।
ଦୀର୍ଘସ୍ଥାୟୀ ଓ ସୁରକ୍ଷିତ ରହିବା ଭଳି ଗଠନ ହୋଇଥିବା ନୋକିଆ ୫.୪ ଆଣ୍ଡ୍ରଏଡ୍ ୧୧ ଓ ତା’ଠାରୁ ଅଧିକ ପାଇଁ ପ୍ରସ୍ତୁତ ରହିଛି । ତିନି ବର୍ଷର ମାସିକ ସିକ୍ୟୁରିଟି ଅପ୍ଡେଟ୍ ଓ ଦୁଇ ବର୍ଷର ସଫ୍ଟଓୟାର ଅପ୍ଗ୍ରେଡ୍ ସହିତ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ଓ ଅପ୍ ଟୁ ଡେଟ୍ ରହିପାରିବେ । ଏହି କ୍ଷେତ୍ରରେ ଉକ୍ରର୍ଷ ହାସଲ କରିବା ଲାଗି ଏଚ୍ଏମଡି ଗ୍ଲୋବାଲ୍ର ପ୍ରତିବଦ୍ଧତା ଅନୁସାରେ ଆଗକୁ ବଢ଼ି ସଫ୍ଟଓୟାର ଓ ସିକ୍ୟୁରିଟି ଅପ୍ଡେଟ୍ ସହିତ ନୋକିଆ ସ୍ମାର୍ଟଫୋନ୍ ଅଗ୍ରଣୀ ହୋଇ ରହିବ ଓ ଏହାର ଗଠନଶୈଳୀ ଏଭଳି ପୋର୍ଟଫୋଲିଓ ଦେବ ଯାହା ଉପରେ ଆପଣ ବାସ୍ତବରେ ବିଶ୍ୱାସ କରିପାରିବେ ।
ଅଧିକ ମାନସିକ ଶାନ୍ତି ପାଇଁ ଫାମିଲି ଲିଙ୍କ୍ ଆପ୍ ଆପଣଙ୍କୁ ପରିବାର ଲୋକଙ୍କ ସ୍ମାର୍ଟଫୋନ୍ ବ୍ୟବହାର ବିଶେଷ କରି ଶିଶୁମାନଙ୍କ ସମସ୍ୟାକୁ ସହଜ କରିବ । ଆପଣ ଡିଭାଇସ୍ରେ ଡିଜିଟାଲ୍ ମୂଳ ନିୟମ ଧାର୍ଯ୍ୟ କରିପାରିବେ ଏବଂ ତାହାର ବ୍ୟବହାରକୁ ନିରୀକ୍ଷଣ କରିପାରିବେ ଓ ଏହି ଆପ୍ ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିବାରେ ସହାୟକ ହେବ । ଏହା ସହିତ ଆପଣମାନେ ଗୁଗୁଲ୍ ଆସିଷ୍ଟାଂଟ୍କୁ ନେଇ “ହେ ଗୁଗୁଲ୍’ କହି ଯାହା କିଛି ଦରକାର ସେହି ସହାୟତା ନେଇପାରିବେ ।