ଓଡ଼ିଶା ପିସିସି ନିର୍ବାଚନ କମିଟି ଭଙ୍ଗ ,ନିରଞ୍ଜନ ରହିବେ ସଭାପତି

0 1,023

ଭୁବନେଶ୍ୱର – ଲୋକସଭା ଓ ଓଡ଼ିଶା ରାଜ୍ୟ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଓଡ଼ିଶା ପିସିସିର ସବୁ ପଦାଧିକାରୀଙ୍କୁ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅପସାରଣ କରିଛି । ସଭାପତି, କାର୍ଯ୍ୟକାରୀ ସଭାପତିଙ୍କୁ ଛାଡି ସବୁ ପଦାଧିକାରୀଙ୍କୁ ଅପସାରଣ କରାଯାଇଛି । ପଦାଧିକାରୀଙ୍କ ସହ ପିସିସିର ସବୁ ନିର୍ବାଚନ କମିଟିକୁ ମଧ୍ୟ ଭଙ୍ଗ କରାଯାଇଛି । ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନ ପାଇଁ ଏସବୁ
କମିଟିର ଗଠନ କରାଯାଇ ପଦାଧିକାରୀ ନିଯୁକ୍ତି କରାଯାଇଥିଲା । ଏବେ ଏହାକୁ ଭଙ୍ଗ କରାଯାଇଥିବାବେଳେ ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତି ପଦକୁ ଅପରିବର୍ତ୍ତିତ ରଖାଯାଇଛି । ଗତକାଲି କମିଟି ଭଙ୍ଗ ନେଇ ଏଆଇସିସି ଅଧ୍ୟକ୍ଷା ଘୋଷଣା କରିଛନ୍ତି । ଏକ ପ୍ରେସ୍‍ ବିଜ୍ଞପ୍ତିରେ ଏଆଇସିସି ସାଧାରଣ ସମ୍ପାଦକ ଭାନୁଗୋପାଳ ଏହି ସୂଚନା ଦେଇଛନ୍ତି ।

Leave A Reply