ମୋଦୀ ସରକାରଙ୍କ ଯୋଜନା – ସମସ୍ତଙ୍କୁ ଏବେ ୭୨,୦୦୦/ ବର୍ଷକୁ ପେନସନ୍ – ବିବାହିତା ଦମ୍ପତି ମାସକୁ ବିନିଯୋଗ କରିବେ ମାତ୍ର ୨୦୦ ଟଙ୍କା
ନୂଆଦିଲ୍ଲୀ – ଏବେ ସରକାର କର୍ମଜୀବୀ , ବ୍ୟବସାୟୀ ଓ ଅନ୍ୟମାନଙ୍କ ପାଇଁ ଏକ ନୂଆ ପେନସନ୍ ଯୋଜନା ଆଣିଛନ୍ତି । ଏଥିରେ ବିବାହିତା ଦମ୍ପତି ମାସକୁ ଜଣ ପ୍ରତି ମାତ୍ର ୧୦୦ ଟଙ୍କା ବିନିଯୋଗ କରି ଦୁଇଜଣଙ୍କ ପ୍ରତି ୨୦୦ ଟଙ୍କା ବିନିଯୋଗ କଲେ ବର୍ଷକୁ ୭୨,୦୦୦ ହଜାର ଟଙ୍କା ପେନ୍ସନ୍ ପାଇ ପାରିବେ । ମାତ୍ର ୩୦ ବର୍ଷ ବୟସରେ ଏହି ଯୋଜନାରେ ଟଙ୍କା ବିନିଯୋଗ କରିବାକୁ ପଡିବ ।
ସାମାଜିକ ସୁରକ୍ଷା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ୱାର ଏ ବିଷୟରେ ସୂଚନା ଦେଇଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ୍ (ପିଏମ୍- ଏସ୍ଓ୍ୱାଇଏମ୍) ବୋଲି ନାମକରଣ କରାଯାଇଛି ।
ଚଳିତ ବର୍ଷ ସରକାର ବ୍ୟବସାୟୀ ଓ ବେସରକାରୀ କାମ କରୁଥିବା ଲୋକମାନଙ୍କ ପାଇଁ ନ୍ୟାସନାଲ ପେନ୍ସନ୍ ସ୍କିମ୍ ଲଞ୍ଚ କରିଥିଲେ ।
ଗତ ସମପ୍ତାହରେ ପେନସନ୍ ଓ୍ୱିକ୍ରେ ଅଭିଭାଷଣ ପ୍ରଦାନ ସମୟରେ ଗଙ୍ଗଓ୍ୱାର ଏ ବିଷୟରେ ସୂଚନା ଦେଇଥିଲେ । ଏହି ଯୋଜନାର ଲାଭ ଉଠାଇବା ପାଇଁ ଜଣଙ୍କର କେବଳ ଆଧାର କାର୍ଡ ଓ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ରହିଛି । ଅନ୍ଲାଇନ୍ରେ ଜଣେ ମାତ୍ର ୨ରୁ ୩ ମିନିଟ୍ ମଧ୍ୟରେ ଏହି ଯୋଜନାରେ ନାମ ପଞ୍ଜି କରଣ କରିପାରିବ । ୫୫ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ ।
ଗଙ୍ଗଓ୍ୱାର ଏ ବିଷୟରେ ସୂଚନା ଦେଇଛନ୍ତି । ବର୍ଷକୁ ମାତ୍ର ୧୨ଶହ ଟଙ୍କା ଦେବାକୁ ପଡିବ । ଜୀବନସାରା ୩୬ ହଜାର ଟଙ୍କା ଦେବାକୁ ପଡିବ । ଜଣଙ୍କୁ ୬୦ ବର୍ଷ ହେବାପରେ ପେନ୍ସନ ମିଳିବ । ଜଣଙ୍କୁ ୬୦ରୁ ୮୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବ । ଏହା ମଧ୍ୟରେ ସେମାନଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ପେନସନ୍ ମିଳିବ । ଜଣଙ୍କା ପ୍ରତି ୩୬ ହଜାର ଟଙ୍କା ପେନସନ୍ ମିଳିବ ।
ମାସକୁ ଜଣକା ୩ ହଜାରଟଙ୍କା ପେନସନ୍ ପାଇବେ । ଜଣଙ୍କର ମୃତ୍ୟୁ ହଲେ ସେ ୩ ହଜାର ଟଙ୍କା ସହ ୧୫ଶହ ଟଙ୍କା ପେନସନ୍ ଅଧିକ ପାଇବେ ।
PMSYM – ପିଏମ୍- ଏସ୍ଓ୍ୱାଇଏମ୍ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ୍ ଯୋଦନା ଏକ ସ୍ୱେଚ୍ଛା ପେନସନ୍ ସ୍କିମ୍ । ଏଥିରେ ୧୮ରୁ ୪୦ ବର୍ଷ ମଧ୍ୟରେ ଟଙ୍କା ବିନିଯୋଗ କରିପାରିବେ । ଯାହାର ମାସକୁ ରୋଜଗାର ର୧୫ ହଜାର ଟଙ୍କାରୁ କମ୍ ଥିବା ଏବଂ EPFO/ESIC/NPS ନଥିବ ସେମାନେ ଏଥିରେ ଟଙ୍କା ବିନିଯୋଗ କରିପାରିବେ । ଆପଣ ଯେତିକି ଟଙ୍କା ଦେବେ କେନ୍ଦ୍ର ସରକାର ସମାନ ପରିମାଣର ଟଙ୍କା ଆପଣଙ୍କ ପାଇଁ ଜମା ରଖିବେ ।