କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି
ନୂଆଦିଲ୍ଲୀ – କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ପ୍ରତ୍ୟେକ ଦିନ ହାଲୁକା ବ୍ୟାୟାମ କରିବା ସହ ସାମର୍ଥ୍ୟ ଅନୁଯାୟୀ ଯୋଗାସନ, ପ୍ରାଣାୟାମ ତଥା ଧ୍ୟାନ କରିବା, ସକାଳେ ଏବଂ ସନ୍ଧ୍ୟା ସମୟରେ ତଟକା ଖାଦ୍ୟ ଖାଇବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି ।
ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ ପାଳନ କରିବାକୁ ମଧ୍ୟ କୁହାଯାଇଛି । ଉଷୁମ ପାଣି ପିଇବା, ନିୟମିତ ଚ୍ୟବନ୍ପ୍ରାସ୍ ଖାଇବା, ଧୂମ୍ରପାନ ଏବଂ ମଦ୍ୟପାନଠାରୁ ଦୂରେଇ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ୍ ମେଡିସିନ୍ ଗ୍ରହଣ କରିବା ସହ ପ୍ରତ୍ୟେକ ଦିନ ଶରୀରର ତାପମାତ୍ରା, ରକ୍ତଚାପ ଏବଂ ରକ୍ତ ଶର୍କରା ପରୀକ୍ଷା କରିବାପାଇଁ ଏହି ମାର୍ଗଦର୍ଶିକାରେ ପରାମର୍ଶ ଦିଆଯାଇଛି ।