ଆସୁଛି ନୂଆ ଫାୟାର ଆର୍ମ ନିୟମ, ଜଣେ ବ୍ୟକ୍ତି ଗୋଟିଏ ବନ୍ଧୁକ, ନିୟମ ଖିଲାପ କଲେ ୧୦ ବର୍ଷରୁ ଆଜୀବନ ଜେଲ୍
ନୂଆଦିଲ୍ଲୀ — ଏବେ ସରକାର ଫାୟାର ଆର୍ମ ପାଇଁ ନୂଆ ନିୟମ ପ୍ରଣୟନ କରିବାପାଇଁ ଯାଉଛନ୍ତି । ତିନଥର ଫାୟାର ଆର୍ମ ନିୟମ ଖିଲାପ କଲେ ୧୦ ବର୍ଷର ଜେଲ୍ ଦଣ୍ଡ ପ୍ରବାଧାନ ରହିଛି । ଏହା ଆଜୀବନ ମଧ୍ୟ ହୋଇପାରେ । କୌଣସି ଆର୍ମଡ ଫୋର୍ସରେ ବନ୍ଧୁକ ବା ଫାୟାର ଆର୍ମ ଚୋରି କଲେ ଆଜୀବନ କାରାଦଣ୍ଡାଦେଶ ହୋଇପାରେ ।
ଏବେ ଏହାର ୪ ପ୍ରକାରର ଦଣ୍ଡବିଧାନ ରହିବ । ୧୦ ବର୍ଷ ଜେଲଦଣ୍ଡାଦେଶ ସହ ଜରିମାନା ବା ଫାଇନ ମଧ୍ୟ ରହିଛି । ଫାୟାର ଆର୍ମ ବା ବନ୍ଧୁକର ଚୋରା କାରବାର, ବେଆଇନ ବ୍ୟବହାର କଲେ ଆଜୀବନ କାରାଦଣ୍ଡାଦେଶ ମଧ୍ୟ ହୋଇପାରେ । ମନ୍ତ୍ରାଳୟ ପକ୍ଷରୁ ଚଳିତ ସପ୍ତାହରେ ଏ ବିଷୟରେ ଲୋକଙ୍କର ମତାମତ ଲୋଡାଯିବ ।
କୌଣସି ଉତ୍ସବରେ କିମ୍ବା ଫାୟାର ଆର୍ମ ବା ବନ୍ଧୁକର ପ୍ରଦର୍ଶନ କଲେ ୨ ବର୍ଷ ଜେଲ୍ ସହ ଏକ ଲକ୍ଷ ଟଙ୍କା ଜରିମାନର ବ୍ୟବସ୍ଥା ରହିଛି ।
ସଂସଦରେ ନଭେମ୍ବର ୧୮ ତାରିଖରେ ଏହି ନୂଆ ପ୍ରସ୍ତାବକୁ ଉପସ୍ଥାପନ କରାଯାଇପାରେ । ଜଣେ ବ୍ୟକ୍ତି ଏକାଧିକ ଫାୟାର ଆର୍ମ ବା ବନ୍ଧୁକ ଲାଇସେନ୍ସ ରଖିପାରିବେ ନାହିଁ । ଗୋଟିଏ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିପାରିବେ ।
ଗୋଟିଏରୁ ଅଧିକ ଫାୟାର ଆର୍ମ ଥିଲେ ଏହି ଆଇନ ଆସିବାର ବର୍ଷକ ମଧ୍ୟରେ ତାକୁ ଜମା କରିଦେବେ । ନିକଟରେ ଥିବା ଥାନା ଅଧିକାରୀଙ୍କ ନିକଟରେ ଏହାକୁ ଜମା କରିବେ । ଫାୟାର ଆର୍ମ ର ନିୟମକୁ କଡା କଡି କରାଯିବ । ପୂର୍ବରୁ ଏଥିପାଇଁ ୩ ବର୍ଷ କାରଦଣ୍ଡାଦେଶ ଥିଲା ଏବେ ଏହାକୁ ଅତିକମ୍ରେ ୭ ବର୍ଷକୁ ବୃଦ୍ଧି କରାଯାଇପାରେ ।
ବେଆଇନ ଭାବେ ଫାୟାର ଆର୍ମ ବା ବନ୍ଧୁକ ରଖିଲେ ୭ ବର୍ଷରୁ ୧୪ ବର୍ଷ ଜେଲ୍ଦଣ୍ଡାଦେଶ ଓ ଜରିମାନା ହୋଇପାରେ ।
ଆର୍ମଡ ଫୋର୍ସରେରୁ ବନ୍ଧୁକ କିମ୍ବା ଫାୟାର ଆର୍ମ ଚୋରି କଲେ ବେଆଇନଭାବେ ଛଡାଇ ନେଲେ ୧୦ ବର୍ଷରୁ ଆଜୀବନ କାରାଦଣ୍ଡା ଦେଶ ହୋଇପାରେ ।