ରାଜ୍ୟର ୨୪ଟି ଜିଲ୍ଲାରେ ଫାଷ୍ଟଟ୍ରାକ୍‍ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯିବ

0 1,007

ଭୁବନେଶ୍ୱର – ରାଜ୍ୟର ୨୪ଟି ଜିଲ୍ଲାରେ ଫାଷ୍ଟଟ୍ରାକ୍‍ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯିବ ବୋଲି ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।ମନ୍ତ୍ରୀଜେନା କହିଛନ୍ତି ଯେ କଟକ, ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ମୋଟ୍‍ ୨୪ଟି ସ୍ଥାନରେ ଜଣେ ଜଣେ ଅତିରିକ୍ତ ଜିଲ୍ଲା ଜଜ୍‍ଙ୍କ ଅଧୀନରେ ଏହି ଅଦାଲତଗୁଡ଼ିକ କାର୍ଯ୍ୟ କରିବ । ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସିଭିଲ୍‍ କୋଟ୍‍ର୍ ଆଇନ୍‍ ୧୯୮୪ ଅନୁଯାୟୀ ଏହି ଅଦାଲତଗୁଡ଼ିକରେ
ପୋକ୍‍ସୋ ଆଇନ୍‍ ୨୦୧୨ ସମ୍ପର୍କୀତ ଅପରାଧ ମାମଲାଗୁଡ଼ିକର ବିଚାର କରାଯିବ ବୋଲି ମନ୍ତ୍ରୀ ଜେନା କହିଛନ୍ତି ।

 

 

 

 

 

source AIR
Leave A Reply