ନୂଆଦିଲ୍ଲୀ.- ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଚିତାଭସ୍ମକୁ ଜାପାନରୁ ଭାରତ ଆଣିବା ପାଇଁ ତାଙ୍କର ଏକମାତ୍ର ଝିଅ ଅନୀତା ବୋଷ ପାଫ୍ ଦାବି କରିଛନ୍ତି । ନେତାଜୀଙ୍କର ଚିତାଭସ୍ମ ଜାପାନର ରେଙ୍କୋଜୀ ମନ୍ଦିରରେ ରହିଥିବା ବିଶ୍ୱାସ କରାଯାଉଛି । ଏହା ଜାପନର ରାଜଧାନୀ ଟୋକିଓରେ ରହିଛି । ନେତାଜୀ ଭାରତକୁ ଇଂରେଜହ୍କ କବଳରୁ ରକ୍ଷା କରିବା ପାଇଁ ଆଜାଦ ହିନ୍ଦ୍ ଫୌଜ ଗଠନ କରିଥିବା ବେଳେ ତାଙ୍କର ଚିତାଭସ୍ମ ଭାରତ ଆସିବା ଦରକାର ବୋଲି ନେତାଜୀଙ୍କର ଝିଅ ଅନୀତା ବୋଷ୍ ପାଫ୍ କହିଛନ୍ତି । ନେତାଜୀଙ୍କର ଚିତାଭସ୍ମ ସ୍ୱାଧୀନ ଭାରତରେ ରହିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି ।