ଶାରଦୀୟ ନବରାତ୍ର ର 5ମ ଦିନ ରେ ମା ସ୍କନ୍ଦମାତାଙ୍କ ଆରାଧନା କରନ୍ତୁ
ନବଦିନାତ୍ମକ ପୂଜାର ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ଉପାସନା କରାଯାଏ । ଦେବସେନାପତି କୁମାର କାର୍ତ୍ତିକେୟଙ୍କୁ ସ୍କନ୍ଦ ବୋଲି କୁହାଯାଏ । ମା ପାର୍ବତୀ କାର୍ତ୍ତିକେୟଙ୍କ ମାତା ହେବାରୁ ତାଙ୍କୁ ସ୍କନ୍ଦମାତା ବୋଲି କୁହାଯାଏ । ଗ୍ରହମଣ୍ଡଳ ମଧ୍ୟରୁ ବୁଧଗ୍ରହ ମା ସ୍କନ୍ଦମାତାଙ୍କ ଦ୍ୱାରା ପରି·ଳିତ । ଭଗବତୀ ସ୍କନ୍ଦମାତଙ୍କ ପୂଜାକଲେ ପରିବାରରେ ଅଶାନ୍ତି,କଳହ ଦୂର ହୋଇ ସୁଖଶାନ୍ତି ବିରାଜମାନ କରିଥାଏ । ଗୃହରେ କଳହ,ପରସ୍ପର ମଧ୍ୟରେ ଅବିଶ୍ୱାସ ଓ ଦ୍ୱେଷ ଉତ୍ପତ୍ତ ହେଲେ ମା ସ୍କନ୍ଦମାତାଙ୍କ ଶରଣାପତ୍ତ ହେବା ଆବଶ୍ୟକ । ମାଙ୍କ କୃପାରୁ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ସୌହାର୍ଦ୍ଦ ବଢିବା ସହ ସୁଖଶାନ୍ତି ଓ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ । ଦେବୀ ଚତୁର୍ଭୁଜା ଉପର ଦୁଇ ହସ୍ତରେ ପଦ୍ମ, ତଳ ବାମ ହସ୍ତରେ ଶିଶୁ କାର୍ତ୍ତିକେୟଙ୍କୁ ଧରିଥାନ୍ତି । ଦକ୍ଷଣ ହସ୍ତଟି ଅଭୟ ମୁଦ୍ରାରେ ଥାଏ । ଗୌରବର୍ଣ୍ଣା ଦେବୀ ସିଂହ ବାହନା ଓ ପଦ୍ମ ଉପରେ ବିରାଜମାନ କରନ୍ତି । ମାତଙ୍କର ତିନୋଟି ନୟନ ।
ଧ୍ୟାନ-
ସିଂହାସନଗତା ନିତ୍ୟଂ ପଦ୍ମାଶ୍ରିତ କରଦ୍ୱୟା ।
ଶୁଭଦାସ୍ତୁସଦା ଦେବୀ ସ୍କନ୍ଦମାତା ଯଶସ୍ୱିନୀ ।।