ଭୁବନେଶ୍ୱର,୨୭ ଏପ୍ରିଲ ୨୦୨୪: ୧୦୦ ବର୍ଷ ପୁରୁଣା ବିରାସତ ସହିତ ଏକ ବ୍ରିଟିଶ ଅଟୋମୋବାଇଲ ଏମ୍ଜି (ମୋରିସ୍ ଗ୍ୟାରେଜେସ୍) ଏମ୍ଜି କୋମେଟ ଇଭି ଓ ଜେଡ୍ଏସ୍ ଇଭି ସହିତ ଭାରତରେ ସବୁଜ ଯାତାୟତ ବା ଗ୍ରୀନ ମୋବିଲିଟିର ଦ୍ରୁତ ଗ୍ରହଣୀୟତା ଦିଗରେ ନିଜର ପ୍ରତିଶ୍ରୁତିକୁ ଦୋହରାଇଛି । ୧୭ରୁ ଅଧିକ ରାଜ୍ୟକୁ କଭର୍ କରିବା ପରେ ସ୍ମାର୍ଟ ଓ ସଷ୍ଟେନେବୁଲ ଏମ୍ଜି କୋମେଟ ଇଭି ଓ ଜେଡ୍ଏସ୍ ଇଭି ଡ୍ରାଇଭ୍ ଆଜି ଭୁବନେଶ୍ୱରରେ ପହଂଚିଛି । ଏହି ପଦକ୍ଷେପର ପ୍ରାଥମିକ ଲକ୍ଷ୍ୟ ହେଉଛି ଭୁବନେଶ୍ୱର ଭଳି ସହରରେ ଏକ ସ୍ଥାୟୀ, ବ୍ୟବହାରିକ ଓ ମୂଲ୍ୟସାପେକ୍ଷ ଯାତାୟତ ସମାଧାନ ଭାବେ ଇଲେକ୍ଟ୍ରିକ ଯାନ (ଇଭି)ଗୁଡିକ ସମ୍ପର୍କରେ ସଚେତନତା ବୃଦ୍ଧି କରିବା । ଏମ୍ଜି ମୋଟର ଇଣ୍ଡିଆ ୧୯.୯୮ ଲକ୍ଷ ଟଙ୍କାର ଏକ ଆକର୍ଷଣୀୟ ମୂଲ୍ୟରେ ଡୁଆଲ ପାନୋରାମିକ ସ୍କାଏ ରୁଫ୍ ସହିତ ଏହାର ଫ୍ଲାଗ୍ସିପ ଇଭି- ଏମ୍ଜି ଜେଡ୍ଏସ୍ର ଏକ ନୂଆ ଭାରିଆଂଟ୍ ‘ଏକ୍ସାଇଟ ପ୍ରୋ’ ଏବଂ ଫାଷ୍ଟ୍ ଚାର୍ଜିଙ୍ଗ ବିକଳ୍ପ ସହିତ ଏମ୍ଜି କୋମେଟ୍ ନେଇଆଣି ଇଭିଗୁଡିକ ପ୍ରତି ନିଜର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛି । ସ୍ମାର୍ଟ ଇଭି- ଏମ୍ଜି କୋମେଟ୍ର ରେଞ୍ଜ ୬.୯୮ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏହା ୫ଟି ଭିନ୍ନ ଭିନ୍ନ ଭାରିଆଂଟ୍ ଯଥା ଏକ୍ସକ୍ଲୁସିଭ, ଏକ୍ସକ୍ଲୁସିଭ ଏଫ୍ସି, ଏକ୍ସାଇଟ୍, ଏକ୍ସାଇଟ୍ ଏଫ୍ସି ଓ ଏକ୍ଜିକ୍ୟୁଟିଭ୍ ଆଦିରେ ଉପଲବ୍ଧ ହେଉଛି ।
କୋମେଟ ଇଭିର ବ୍ୟବହାରିକ ଓ ସ୍ମାର୍ଟ ଡିଜାଇନ (ଭିତରେ ବଡ ଓ ବାହାରେ କମ୍ପାକ୍ଟ), ଏହାକୁ ଚାଳନା, ନିୟନ୍ତ୍ରଣ ଓ ଗହଳିପୂର୍ଣ୍ଣ ସ୍ଥାନଗୁଡିକର ପାର୍କ କରିବାକୁ ସହଜ କରୁଛି, ଯାହା ଏହାକୁ ଏକ ଉପଯୁକ୍ତ ସିଟି କାର୍ରେ ପରିଣତ କରୁଛି । ଏହା ଆଇ-ସ୍ମାର୍ଟ ଇନ୍ଫୋଟେନ୍ମେଂଟ୍ ସହିତ ସୁସଜ୍ଜିତ ହୋଇଆସୁଛି, ଯାହା ୫୫ରୁ ଅଧିକ କନେକ୍ଟେଡ ଫିଚର ପ୍ରଦାନ କରୁଛି ଯେଉଁଥିରେ ଏସି ଷ୍ଟାର୍ଟ, ଲକ୍, ଅନ୍ଲକ୍ ଓ ଷ୍ଟାଟସ ଚେକ୍ ଭଳି ରିମୋଟ ଭେଇକିଲ ଫଙ୍କ୍ଶନ ସମେତ ଲାଇଭ ଲୋକେଶନ ସେୟାରିଂ ଓ ଟ୍ରାକିଙ୍ଗ୍ ଆଦି ସାମିଲ ରହିଛି । ଏହା ଇଭିକୁ ନିୟନ୍ତ୍ରଣ କରିବା ପାଇଁ ୧୦୦ରୁ ଅଧିକ ଭଏସ୍ କମାଣ୍ଡ ପ୍ରଦାନ କରୁଛି ଯେଉଁଥିରେ ୩୫ରୁ ଅଧିକ ହିଂଲିଶ କମାଣ୍ଡ ସାମିଲ ରହିଛି । କୋମେଟ୍ ଏକାଧିକ ସୁରକ୍ଷା ଓ ଅତ୍ୟାଧୁନିକ ଫିଚର ଯେପରିକି ଇଲେକ୍ଟ୍ରୋନିକ ପାର୍କିଙ୍ଗ୍ ବ୍ରେକ୍, ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଂଟ୍ରୋଲ, ରିୟର ଡିସ୍କ ବ୍ରେକ୍, ହିଲ୍-ହୋଲ୍ଡ କଂଟ୍ରୋଲ, ପାୱାର ଫୋଲ୍ଡେବୁଲ ଓଆର୍ଭିଏମ୍, ଟର୍ଣ୍ଣ ଇଣ୍ଡିକେଟର ଇଂଟିଗ୍ରେଟେଡ ଡିଆର୍ଏଲ୍, କ୍ରିପ୍ ମୋଡ୍ ଓ ଏସି ଫାଷ୍ଟ୍ ଚାର୍ଜିଙ୍ଗ ବିକଳ୍ପଗୁଡିକ ସହିତ ବଡି-କଲର୍ଡ ଓଆର୍ଭିଏମ୍ ଆଦି ସହିତ ଆସୁଛି ।
ଏମ୍ଜି ଜେଡ୍ଏସ୍ ଇଭି ଏକ ଉତମ ଅନ୍-ରୋଡ୍ ଉପସ୍ଥିତି, ଚାଳନା ସୁବିଧା, ପ୍ରଶସ୍ଥ ଓ ବିଳାସପୂର୍ଣ୍ଣ ଇଂଟେରିୟର ପ୍ରଦାନ କରୁଛି । ଏହା ଏକ୍ଜିକ୍ୟୁଟିଭ, ଏକ୍ସାଇଟ ପ୍ରୋ, ଏକ୍ସକ୍ଲୁସିଭ ପ୍ଲସ୍ ଓ ଏସେନ୍ସରେ ଉପଲବ୍ଧ ହେଉଛି । ଭାରତର ପ୍ରଥମ ଇଲେକ୍ଟ୍ରିକ ଏସ୍ୟୁଭି ୭୫ରୁ ଅଧିକ କନେକ୍ଟେଡ ଫିଚର ଏବଂ ଏକ ସିଙ୍ଗଲ୍ ଚାର୍ଜରେ ୪୬୧ କିମି ସାର୍ଟିଫାଏଡ୍ ରେଞ୍ଜ୍ ସହିତ ସେଗ୍ମେଂଟ୍ର ସବୁଠାରୁ ବଡ ୫୦.୩ କେଡବ୍ଲ୍ୟୁଏଚ୍, ପ୍ରିସ୍ମାଟିକ ସେଲ୍ ଆଇପି୬୯ ରେଟେଡ୍, ଏଏସ୍ଆଇଏଲ୍-ଡି ଓ ୟୁଏଲ୍୨୫୮୦ ବ୍ୟାଟେରୀ ସହ ଏକ ପାୱାର-ପ୍ୟାକ୍ଡ ଇଲେକ୍ଟ୍ରିକ ଯାତାୟତ ଅନୁଭୂତି ଦେଉଛି, ଯାହା ଏହାକୁ ଏକ ମୁଲ୍ୟସାପେକ୍ଷ ଯାତାୟତ ସମାଧାନରେ ପରିଣତ କରୁଛି । ଜେଡ୍ଏସ୍ ଇଭି ସେଗ୍ମେଂଟ୍ର ପ୍ରଥମ ଡିଜିଟାଲ କୀ ଲକିଙ୍ଗ ଓ ଅନ୍ଲକିଂ ପ୍ରଦାନ କରୁଛି ଯାହା ଗ୍ରାହକଙ୍କୁ ବିନା କୌଣସି ଚାବିରେ କାର୍କୁ ଷ୍ଟାର୍ଟ କରିବା ଓ ଚଳାଇବା ପାଇଁ ଅନୁମତି ଦେଉଛି । ଏହା ଚାଳନା ଅନୁଭୂତି ଓ ଯାତ୍ରୀମାନଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଏଡିଏଏସ୍ ଲେଭେଲ ୨ ସହ ଆସୁଛି ।
http://MG’s Smart and sustainable Comet and ZS EV Drive Reaches Bhubaneswar
ଏମ୍ଜି କୋମେଟ ଇଭିର ଏକ୍ଜିକ୍ୟୁଟିଭ୍, ଏକ୍ସାଇଟ, ଏକ୍ସାଇଟ ଏଫ୍ସି, ଏକ୍ସକ୍ଲୁସିଭ୍ ଏବଂ ଏକ୍ସକ୍ଲୁସିଭ୍ ଏଫ୍ସି ଭାରିଆଂଟର ମୂଲ୍ୟ ଯଥାକ୍ରମେ ୬,୯୮,୮୦୦ ଟଙ୍କା, ୭,୮୮,୦୦୦ ଟଙ୍କା, ୮,୨୩,୮୦୦ ଟଙ୍କା, ୮୭୮,୦୦୦ ଟଙ୍କା ଏବଂ ୯୧୩,୮୦୦ ଟଙ୍କା ରହିଛି । ସେହିଭଳି ଏମ୍ଜି ଜେଡ୍ଏସ୍ ଇଭିର ଏକ୍ଜିକ୍ୟୁଟିଭ୍, ଏକ୍ସାଇଟ୍ ପ୍ରୋ, ଏକ୍ସକ୍ଲୁସିଭ୍ ପ୍ଲସ୍ ଏବଂ ଏସେନ୍ସ ଭାରିଆଂଟର ମୂଲ୍ୟ ଯଥାକ୍ରମେ ୧୮,୯୮,୦୦୦ ଟଙ୍କା, ୧୯,୯୮,୦୦୦ ଟଙ୍କା, ୨୩,୯୮,୦୦୦ ଟଙ୍କା ଏବଂ ୨୪,୯୮,୦୦୦ ଟଙ୍କା ରହିଛି ।
Comments are closed, but trackbacks and pingbacks are open.