ମହାନଦୀ ଉପରେ ନିର୍ମାଣ ହୋଇଥିବା ବ୍ୟାରେଜଗୁଡିକର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଓଡ଼ିଶା ଟ୍ରିବୁନାଲରେ ଦାବି କରିଛି
ଓଡିଶା-ଛତିଶଗଡ ମଧ୍ୟରେ ମହାନଦୀ ଜଳବିବାଦ ମାମଲାର ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ମହାନଦୀ ଉପରେ ନିର୍ମାଣ ହୋଇଥିବା ବ୍ୟାରେଜଗୁଡିକର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଓଡ଼ିଶା ଛତିଶଗଡକୁ ଦାବି କରିଛି। ଟ୍ରିବ୍ୟୁନାଲ କହିଛନ୍ତି ଯେ, ଛତିଶଗଡ କେତେ ବ୍ୟାରେଜ ନିର୍ମାଣ କରିଛି, ସେମାନଙ୍କର କ୍ଷମତା ଏବଂ ଉଚ୍ଚତା ଟ୍ରିବ୍ୟୁନାଲ ଦ୍ୱାରା ନିଯୁକ୍ତ ଆସେସରଙ୍କୁ ସବିଶେଷ ତଥ୍ୟ ପ୍ରଦାନ ନ କଲେ ମଧ୍ୟ ଓଡିଶା ଏ ସଂକ୍ରାନ୍ତରେ ଆବେଦନ କରିପାରିବ।
ଏତଦ୍ବ୍ୟତୀତ ଅଣ-ମୌସୁମୀ ସମୟରେ ହୀରାକୁଦ ଡ୍ୟାମକୁ କେତେ ଜଳ ଛଡାଯାଉଛି ସେ ନେଇ ପରବର୍ତୀ ତାରିଖରେ ଶୁଣାଣି କରିବାକୁ ଓଡ଼ିଶା ଟ୍ରିବ୍ୟୁନାଲକୁ ଅନୁରୋଧ କରିଥିଲା । ଟ୍ରିବ୍ୟୁନାଲ ମୂଳ ଆବେଦନର ଶୁଣାଣି ସମୟ ନିର୍ଦ୍ଧାରଣ ପାଇଁ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୫ତାରିଖରେ ହେବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି